କେନ୍ଦୁଝର/ପାଟଣା(ଦଶରଥ ବାରିକ): ଚୋରାମଦ ବିକ୍ରି କରୁଥିବା ଭାଇରାଲ ଭିଡିଓ କୁ ନେଇ ଖବର ପ୍ରକାଶ କରିଥିବାରୁ ଆମ ଖବର ଦାତାଙ୍କୁ ଆକ୍ରମଣ କରିଥିବା ପାଟଣା ଥାନାରେ ଅଭିଯୋଗ ହୋଇଛି।ଏଠାରେ ସୂଚନା ଥାଉକି ଗତ ଏପ୍ରିଲ ୧୨ ତାରିଖରେ ଏରେଣ୍ଡେଇର ବିଦ୍ୟୁତ ପ୍ରଭା ବେଜ ତାଙ୍କ ଘରେ ଥିବା ଦୋକାନରେ ମଦବିକ୍ରି କରୁଥିବା ବେଳେ ମଦର ଦାମ କୁ ନେଇ ଜଣେ ଗରାଖ ଙ୍କ ସହିତ ହେଉଥିବା କଥାବାର୍ତ୍ତା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।ଏହି ଭାଇରାଲ ଭିଡିଓକୁ ନେଇ ଖବରଦାତା ଦଶରଥ ବାରିକ ଏକ ଖବର ପ୍ରସାରଣ କରିଥିଲେ।
ଏହି ଖବର ପ୍ରସାରଣ ପରେ ଏପ୍ରିଲ ୧୮ ତାରିଖରେ ଖବର ଦାତା ଦଶରଥ ବାରିକଙ୍କୁ ବିଦ୍ୟୁତ ପ୍ରଭା ଫୋନରେ ଧମକ ପୂର୍ଣ୍ଣ ମେସେଜ ଦେଇଥିଲେ।ତେବେ ୨୫ ତାରିଖ ଦିନ ୩ ଟା ବେଳେ ପାଟଣା ମୁଖ୍ୟାଳୟ ସାଧୁପଡା ଛକରେ ଖବରଦାତା ଦଶରଥ ବାରିକ ଛିଡ଼ା ହୋଇଥିବା ବେଳେ ବିଦ୍ୟୁତ ପ୍ରଭା ବେଜ ଓ ତାଙ୍କ ମା ହଠାତ ସେଠାରେ ପହଞ୍ଚି ତାଙ୍କୁ ଅଚାନକ ଆକ୍ରମଣକରି ଆହତ କରି ସେଠାରୁ ଚାଲି ଯାଇଥିଲେ।ଏନେଇ ଖବରଦାତା ଦଶରଥ ବାରିକ ପାଟଣା ଥାନାରେ ଅଭିଯୋଗ କରିଛନ୍ତି।ପାଟଣା ଥାନା ମାମଲା ସଂଖ୍ୟା ୮୩/୨୦୨୫ ମାମଲା ରୁଜୁ ହୋଇଛି ତୁରନ୍ତ ମାଆ ଝିଅ କୁ ଗିରଫ କରିବାକୁ ପାଟଣା ଅଞ୍ଚଳରେ ଦାବି କରିଛନ୍ତି।