ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ଓଡିଆ ଭାଷାଭିତ୍ତିକ ଆମ ରାଜ୍ୟ ଓଡ଼ିଶା ଗଠନରେ ସୋନପୁର ମହାରାଜା ବୀର ମିତ୍ରୋଦୟ ସିଂହଦେବଙ୍କ ଅବଦାନକୁ ଅସ୍ବୀକାର କରାଯାଇ ନପାରେ। ସେହି ସମୟରେ ସବୁ କ୍ଷେତ୍ରରେ ସାମଗ୍ରିକ ବିକାଶ ପାଇଁ ମହାରାଜା ପୁରା ସହଯୋଗ ଯୋଗାଇ ଦେଇଥିବା କଥା ଇତିହାସ ପୃଷ୍ଠାରୁ ଜଣାଯାଏ। ଏ ଜିଲ୍ଲା ତଥା ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ମଧ୍ୟ ତାଙ୍କର ଅବଦାନ ଚୀର ସ୍ମରଣୀୟ ଅଟେ। ଆଜି ୨୯ ଅପ୍ରେଲ ତାଙ୍କ ୮୮ତମ ଶ୍ରାଦ୍ଧଦିବସରେ ସରକାରୀବାଳିକା ବାଳିକା ଉଚ୍ଚବିଦ୍ୟାଳୟ ଛକରେ ଥିବା ସେହି ମହାନ ମହାତ୍ମାଙ୍କ ପ୍ରତିମୂର୍ତ୍ତିରେ ଧୂପ ଦୀପ ଓ ପୁଷ୍ପ ମାଲ୍ୟ ପ୍ରଦାନ ପୂର୍ବକ ତାଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କଲେ ସୁବର୍ଣ୍ଣପୁର ଏଡିଏମ୍ ଶ୍ରୀମତୀ ଅଞ୍ଜଳିନା ପଧାନ ଓ ପୌର ପରିଷଦ ନିର୍ବାହୀ ଅଧିକାରୀ ଶ୍ରୀ ଋଷି ମାଝୀ ଳ
ସୁବର୍ଣ୍ଣପୁର ସଚେତନ ନାଗରିକ ମଞ୍ଚ, ମଝିପଡ଼ା ରମଧୂନ୍ କ୍ଲବ ଓ ସ୍ୱଚ୍ଛ ଭାରତ ସଂଗଠନ ମିଳିତସହଯୋଗରେ ଓ ସଂଗଠକ ମନୋରଞ୍ଜନ ତ୍ରୀପାଠୀ, ପୀୟୁଷ ପଣ୍ଡlଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ଗୋପାଳଜୀ ଯୋଗାଳୟର ସଭାପତି ହରିନାରାୟଣ ଶତପଥି, ଆଇନଜାବୀ ପ୍ରଦୀପ ପୁରୋହିତ, ସଚେତନ ନାଗରିକ ମଞ୍ଚର ସଭାପତି ସିତାଂଶୁ ମିଶ୍ର, ସ୍ବଚ୍ଛ ଭାରତ ସଙ୍ଗଠନର ବରିଷ୍ଠ ସଦସ୍ୟ ଇନ୍ଦୁମତି ପୁରୋହିତ, ପ୍ରମୋଦ କୁମାର ସାହୁ, ସାମ୍ୱାଦିକ ରଞ୍ଜନ ବାରିକ, ସୁଶାନ୍ତ ପଣ୍ଡା, ରାମଧୁନ କ୍ଲବର ସଂପାଦକ ବିକାଶ ପଣ୍ଡା, ହୃଷୀକେଶ୍ ପଣ୍ଡା, ରାଜକୁମାର ନାଏକ, ଚନ୍ଦନ ସାହୁ, ଚୈତନ୍ୟ ନାଏକ, ସୁନିଲ ନାଏକ ପ୍ରମୁଖ ଅନେକ ସ୍ବେଛାସେବୀ ବୁଦ୍ଧିଜୀବୀ ଯୋଗ ଦେଇ ମହାରାଜ ସିଂହ ଦେଵଙ୍କୁ ଶ୍ରଦ୍ଧା ସୁମନ ଜ୍ଞାପନ କରିଥିଲେ l