ଅନୁଗୋଳ (ଅଜିତ କୁମାର ଭୋଇ): କୃଷିଭିତ୍ତିକ ପର୍ବ ପବିତ୍ର ଅକ୍ଷୟ ତୃତୀୟା ଉପଲକ୍ଷେ ତାଳଚେର ବ୍ଲକ ଅନ୍ତର୍ଗତ ଗୁରୁଜାଙ୍ଗ ଗ୍ରାମ ପଞ୍ଚାୟତର ଶିରିଗିଡା ଠାରେ ମାନ୍ୟବର ବିଧାୟକ ତାଳଚେର ଶ୍ରୀ ବ୍ରଜକିଶୋର ପ୍ରଧାନ ଯୋଗଦେଇ ଅଖିମୁଠି ଅନୁକୂଳ କରିବା ସହିତ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ମା ହିଙ୍ଗୁଳାଙ୍କ ଆଶୀର୍ବାଦରୁ ଚଳିତ ବର୍ଷ ଚାଷୀଭାଇ ମାନଙ୍କ ଅଖିମୁଠି ଅନୁକୂଳ କୃଷି ଉତ୍ପାଦନର ଅଭିବୃଦ୍ଧିରେ ସହାୟକ ହେଉ ଏବଂ ସମସ୍ତଙ୍କ ଜୀବନରେ ସୁଖ ଓ ସମୃଦ୍ଧିରେ ପରିପୂର୍ଣ ହେଉ ବୋଲି ପ୍ରାର୍ଥନା କରିଥିଲୁ ।
ଉକ୍ତ କାର୍ଯ୍ୟକ୍ରମରେ ଅନୁଗୋଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ଶ୍ରୀଯୁକ୍ତ ସନ୍ତୋଷ କୁମାର ପ୍ରଧାନ, ତାଳଚେର ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ଶ୍ରୀଯୁକ୍ତ ଶେଷ ମହାନ୍ତି, ଗୁରୁଜାଙ୍ଗ ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ଅମ୍ବିକା ତ୍ରୀପାଠୀ, ଧରମପୁର ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ଅକ୍ଷୟ ପାଣିଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ ।।ଅନୁଗୋଳ ରୁ ଅଜିତ୍ କୁମାର ଭୋଇ
