ଠଣାପଲ୍ଲୀ-ନାଗିରି ରାସ୍ତାର ଅବସ୍ଥା ଶୋଚନୀୟ , ପ୍ରତିକାର ଦାବି

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ବୁଗୁଡା ବ୍ଲକ ମୋଟାବାଡି ପଞ୍ଚାୟତ ଅନ୍ତର୍ଗତ ଠଣାପଲ୍ଲୀ – ନାଗିରି ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ସାମାନ୍ୟ ବର୍ଷା ହେଲେ ରାସ୍ତାରେ ଅନେକ ସ୍ଥାନରେ ପାଣି ଜମି ରହୁଛି। ଫଳରେ ଲୋକଙ୍କ ଯାତାୟାତରେ ଘୋର ଅସୁବିଧା ହେଉଛି। ପୂର୍ବରୁ ସେହି ରାସ୍ତାଟି ଲଟାବୁଦା ମାଡିଯାଇ ସଂକୀର୍ଣ୍ଣ ଓ ଶୋଚନୀୟ ଅବସ୍ଥାରେ ରହିଥିଲା। ଠାଏଁ ଠାଏଁ ଖାଲଖମା ଯୋଗୁଁ ପଦଚାରୀ ଏବଂ ଯାନବାହାନ ଚଳାଚଳରେ ସମସ୍ଯା ସୃଷ୍ଟି କରୁଥିଲା।

ଏ ନେଇ ଖବର ପ୍ରକାଶ ପାଇବା ପରେ ମୋରମ ପକାଯାଇ ରାସ୍ତାର ପ୍ରଶସ୍ତୀକରଣ ସହ ମରାମତି ପରେ ଅବସ୍ଥାରେ ସୁଧାର ଆସିଥିଲା । ଲୋକଙ୍କ ଯାତାୟାତରେ ସୁବିଧାଜନକ ହୋଇପାରିଥିଲା। ତେବେ ସମ୍ପ୍ରତି ବର୍ଷା ହେଲେ ରାସ୍ତାର ଅନେକ ଜାଗାରେ ପାଣି ଜମି ରହୁଥିବାରୁ ଲୋକଙ୍କ ଯାତାୟାତରେ ନାହିଁ ନଥିବା ଅସୁବିଧା ହେଉଛି। ଏଣୁ, ରାସ୍ତାର ମରାମତି ଦିଗରେ ପ୍ରଶାସନ ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *

error: Content is protected !!