ଅପାରଗ, ସ୍ଥାଣୁ ପ୍ରଶାସନ ତଥା ପୋଲିସ ପାଇଁ ନିଖୋଜ ଯୁବକ ଓ ଅପହୃତା ଯୁବତୀଙ୍କ ହତ୍ୟା

ଅନୁଗୋଳ(ଅଜିତ କୁମାର ଭୋଇ): ତାଳଚେର, କଣିହାଁ : ସୁଭଦ୍ରା ପଦିନିଙ୍କ ନିଖୋଜ ତଥା ଅପହରଣ ଅଭିଯୋଗ ହୋଇଥିଲେ ସୁଦ୍ଧା ପୋଲିସର ନିଷ୍କ୍ରିୟତା, ଅବହେଳା ଯୋଗୁଁ ଗଳିତ ମୃତ ଦେହ ପାଲଟି ଗଲା । ଗଣବଳାତ୍କାର, ହତ୍ୟାର ଶିକାର ହୋଇ ଖଣ୍ଡ ବିଖଣ୍ଡିତ ଗଳିତ ମୃତ ଦେହ ଶେଷରେ ମିଳିଲା । ସେହିପରି ତାଳଚେରର ଜଣେ ନିଖୋଜ ଯୁବକଙ୍କ ଗଳିତ ମୃତ ଦେହ ମିଳିଅଛି । ପୋଲିସ ଯଦି ସଠିକ ଅନୁସନ୍ଧାନ, ତଦନ୍ତ କରିଥାନ୍ତା ଆଜି ସୁଭଦ୍ରା ଜୀବିତ ଥାନ୍ତା।

ସୁଭଦ୍ରା ଭଳି ଶହ ଶହ ନିରୀହ ଯୁବତୀଙ୍କ ଜୀବନ ଦୀପ ଏହି ଭଳି ପୋଲିସର ଖାମଖିଆଲି ନୀତି ଯୋଗୁଁ ଲିଭି ଯାଉଅଛି । ଏଭଳି କ୍ଷେତ୍ରରେ ରାଜ୍ୟ ସରକାର ପୋଲିସକୁ କଡ଼ା ନିର୍ଦେଶ ତଥା କାର୍ଯ୍ୟକାରିତା କ୍ଷେତ୍ରରେ ତର୍ଜମା କରି ଅବହେଳିତ, ଅପାରଗ ପୋଲିସ ଅଧିକାରୀ ଓ କର୍ମଚାରୀ ବିରୋଧରେ ଦୃଢ଼ରୁ ଅତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ନିରୀହ ଯୁବତୀ ଓ ଯୁବକ ଅକାଳରେ ଜୀବନ ଦୀପ ଲିଭିଯିବ ନାହିଁ ।

Leave a Reply

Your email address will not be published. Required fields are marked *

error: Content is protected !!