ଜିଲ୍ଲା ବିଜେଡି ସଭାପତି ପାଇଁ ଲାଲବିହାରି ଙ୍କ ରାସ୍ତା ନିଶ୍ଚିତ ହେଲା !

ରାୟଗଡା (ଗୋପୀନାଥ ଗୌଡ଼) :ରାଜ୍ୟ ବିଜେଡି ଦଳ ତରଫରୁ ୨୪ଟି ଜିଲ୍ଲା ସଭାପତିଙ୍କ ନାମ ଘୋଷଣା ସରିଛି। ହେଲେ ରାୟଗଡା ଜିଲ୍ଲାର ବିଜେଡି ସଭାପତି ପଦ ନେଇ ଜିଲ୍ଲା ଠାରୁ ଆରମ୍ଭ କରି ରାଜ୍ୟ ପର୍ଯ୍ୟନ୍ତ ସମସ୍ତେ ଦ୍ୱନ୍ଦରେ ରହିଥିଲେ। ରାୟଗଡା ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ହୋଇଥିବା ବେଳେ , ଦଳ ଜଣେ ଆଦିବାସୀ ନେତାଙ୍କୁ ଦଳର ସଭାପତି କରିବା ସମ୍ଭାବନାକୁ ଏଡ଼ାଇ ହେବ ନାହିଁ ବୋଲି ଦଳର ବହୁ ତୁଙ୍ଗ ନେତା ମତ ରଖୁଥିଲେ। ଅନ୍ୟପଟେ ଦୀର୍ଘ ବର୍ଷ ହେବ ଜିଲ୍ଲାରେ ଦୁଇ ପୁରୁଖା ନେତା ପୂବର୍ତନ ରାଜ୍ୟସଭା ସାଂସଦ ଏନ୍‌.ଭାସ୍କର ରାଓ ଏବଂ ପୂର୍ବତନ ଜିଲ୍ଲା ସଭାପତି ସୁଧୀର ଦାଶଙ୍କ ମଧ୍ୟରେ ଶିତଳ ଯୁଦ୍ଧ ଚାଲି ଆସୁଥିବା ବେଳେ, ରାୟଗଡା ଜିଲ୍ଲା ବିଜେଡି ଦୁଇ ଫାଳ ହୋଇଯାଇଥିବା କାହାକୁ ଅଛପା ନାହିଁ ।

ଜିଲ୍ଲା ବିଜେଡି ଜିଲ୍ଲା ସଭାପତି ପାଇଁ ଏନ୍‌.ଭାସ୍କର ରାଓ ଙ୍କ ଗୋଷ୍ଠୀରୁ ପୂର୍ବତନ ମନ୍ତ୍ରୀ ଲାଲବିହାରି ହିମିରିକା ଏବଂ ସୁଧୀର ଦାଶଙ୍କ ଗୋଷ୍ଠୀରୁ ପୂର୍ବତନ ମନ୍ତ୍ରୀ ଜଗନ୍ନାଥା ସାରକା ଦ୍ବୟ ପ୍ରମୁଖ ଦାବିଦାର ରହିଥିଵା ବେଳେ କିଏ ସଭାପତି ହେବ ତାକୁ ନେଇ ଜିଲ୍ଲା ବିଜେଡି ରାଜନୀତିରେ ସରଗରମ ହୋଇ ରହିଥିଲା। ସଭାପତି ପଦ ନେଇ ଲାଲବିହାରିଙ୍କ ପାଇଁ କଣ୍ଟା ଥିଲେ ଜଗନ୍ନାଥ ବୋଲି ଭାସ୍କର ରାଓ ଗୋଷ୍ଠୀ ଚର୍ଚ୍ଚା କରୁଥିବା ବେଳେ ବିଜେଡି ସୁପ୍ରିମ ଶ୍ରୀ ନବୀନ ପଟନାୟକ ଆଜି ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ରାଜ୍ୟ ବିଜେଡି ସମ୍ପାଦକ ଘୋଷଣା ପରେ ରାୟଗଡା ବିଜେଡି ଜିଲ୍ଲା ସଭାପତି ପଦ ଭାସ୍କର ରାଓ ଙ୍କ ଗୋଷ୍ଟି ହାତରେ ରହିଵା ଏକ ପ୍ରକାର ନିଶ୍ଚିତ ହୋଇଛି । ଅପର ପକ୍ଷରେ ବିଜେଡି ୨୦୨୪ ନିର୍ବାଚନ ଜିଲ୍ଲା ସଭାପତି ଏନ ଭାସ୍କର ରାଓ ଙ୍କ ନେତୃତ୍ୱ ରେ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇ ଜିଲ୍ଲାର ତିନୋଟି ବିଧାନ ସଭା ଏବଂ ଗୋଟିଏ ଲୋକସଭା ଆସନରେ ଦଳ ଶୋଚନୀୟ ପରାଜୟ ଘଟିଥିଲା। ତେଣୁ ବର୍ତ୍ତମାନ ସ୍ଥିତିରେ ଜିଲ୍ଲାରେ ନବ ନିର୍ବାଚିତ ସଭାପତି ଦଳକୁ ସଂଘଠନ କରିବା ଏକ ଚ୍ୟାଲେଞ୍ଜ ହୋଇପରେ ବୋଲି ରାଜନୈତିକ ସମୀକ୍ଷକ ମାନେ ମତ ରଖିଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!