ରାୟଗଡା (ଗୋପୀନାଥ ଗୌଡ଼) : ରାୟଗଡା ଜିଲ୍ଳା ଉନ୍ନୟନ ସମନ୍ୱୟ ଏବଂ ପରିଚାଳନା (ଦିଶା) କମିଟି ବୈଠକ ସ୍ଥାନୀୟ ଜିଲ୍ଳା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। କମିିଟିର ଅଧ୍ୟକ୍ଷ ତଥା କୋରାପୁଟ ଲୋକସଭା ସାଂସଦ ସପ୍ତଗିରିଶଙ୍କର ଉଲାକାଙ୍କ ଅଧ୍ୟକ୍ଷତାରେ ସୋମବାର ଅପରାହ୍ନରେ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକରେ ମାନ୍ୟବର ବିଧାୟକ ଗୁଣୁପୁର ଶ୍ରୀ ସତ୍ୟଜିତ ଗମାଙ୍ଗ, ରାୟଗଡ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଆପଲସ୍ୱାମୀ କାଡ୍ରାକlଙ୍କ ପ୍ରତିନିଧି ଶ୍ରୀ ଦୁର୍ଗା ପ୍ରସାଦ ପଣ୍ଡା, ମାନ୍ୟବର ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ, ଜିଲ୍ଳାପାଳ ପାରୁଲ ପଟାୱରୀ ,ଜିଲ୍ଳାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଅକ୍ଷୟ କୁମାର ଖେମୁଣ୍ଡୁ, ଆରକ୍ଷୀ ଅଧିକ୍ଷକ ରାୟଗଡ଼ ସ୍ୱାତୀ ଏସ କୁମାର, ରେଳମଣ୍ଡଳ ଅଧିକାରୀ ଶ୍ରୀ ଅମିତାଭ ସିଂଘଲ, ନଗରପାଳ ପି. ମହେଶ ପଟ୍ଟନାୟକ ସମେତ ଅନ୍ୟ ଜିଲ୍ଳାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
ଆଜିର ବୈଠକରେ ପୂର୍ବତଟ ରେଳ ବିଭାଗ ଦ୍ୱାରା କରାଯାଉଥିବା ଗୁଣୁପୁର ଥେରୁବାଲି ନୂତନ ରେଳ ଲାଇନର ଆଗ୍ରଗତି ଓ ବିଭିନ୍ନ ସମସ୍ୟା, ନୂତନ ରେଳ ମଣ୍ଡଳ, କୋରାପୁଟ ସିଙ୍ଗାପୁର ରେଳ ଲାଇନର ଦୋହରୀକରଣ, ନିମନ୍ତେ ପଦକ୍ଷେପ ନେବାକୁ ରେଳବାଇ କର୍ତୃପକ୍ଷ ଙ୍କୁ ପରାମର୍ଶ ଦେଇଥିଲେ। ସେହିଭଳି ଗ୍ରାମ୍ୟ ନିର୍ମାଣ ବିଭାଗ ରାୟଗଡା ଏବଂ ଗୁଣୁପୁର ତରଫରୁ ନିଆଯାଇଥିବା ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ଓ ସ୍ଥିତି ବିଷୟରେ ଆଲୋଚନା କରାଯାଇଥିଲା। ବିଶେଷକରି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ୧,୨,୩ ଏବଂ ପ୍ରଧାନମନ୍ତ୍ରୀ ଜନମନ ପରି ଯୋଜନା ବିଷୟରେ ଆଲୋଚନା କରାଯାଇଥିଲା |
ରାୟଗଡା ଗ୍ରାମ୍ୟ ନିର୍ମାଣ ବିଭାଗରେ ଏହିସବୁ ଯୋଜନାରେ ୪୪୯ଟି ହାତକୁ ନିଆଯାଇଥିବା ବେଳେ, ୪୩୬ଟି ସଂପୂର୍ଣ୍ଣ ହୋଇଯାଇଅଛି ଏବଂ ୧୩ଟି ପ୍ରକଳ୍ପ କାର୍ଯ୍ୟକାରୀ ହେଉଅଛି l ସେଥିରୁ ୧୯୮୭ କି.ମି ସମ୍ପୂର୍ଣ ହୋଇ ଥିବା ବେଳେ, ୩୬ କି.ମି ବାକି ରହିଛି | ସେହିପରି ଗୁଣୁପୁର ଗ୍ରାମ୍ୟ ନିର୍ମାଣ ବିଭାଜନ ରେ ୨୧୬ଟି ପ୍ରକଳ୍ପ ହାତକୁ ନିଆଯାଇଥିଲା। ସେଥିମଧ୍ୟରୁ ୨୦୮ଟି ସମ୍ପୂର୍ଣ୍ଣ ହୋଇଥିବା ବେଳେ, ୮ଟି ରେ ଅଗ୍ରଗତି ଚାଲିଛି | ବଡନାଲା ଜଳସେଚନ ପ୍ରକଳ୍ପର କେନାଲ ନିର୍ମାଣ ଉପରେ ଆଲୋଚନା କରିଥିଲେ l ସ୍ୱାସ୍ଥ୍ୟ ବିଭାଗ ଉପରେ ଆଲୋଚନା କରି ଡାକ୍ତର ମମତା ସାହୁ ସ୍ୱାସ୍ଥ୍ୟ ବିଭାଗ ବିଭିନ୍ନ ବିଷୟରେ ଉପସ୍ଥାପନା କରିଥିଲେ l ଜିଲ୍ଲା ଶିକ୍ଷାଧିକାରୀ ଶିକ୍ଷା ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଉପସ୍ଥାପନା କରିଥିଲେ l