ଅନୁଗୋଳ (ଅଜିତ କୁମାର ଭୋଇ): ମାନ୍ୟବର କେନ୍ଦ୍ର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସାଂସଦ, ସମ୍ବଲପୁରଙ୍କ ଏକ ଦିନିକିଆ ଆଠମଲ୍ଲିକ ଗସ୍ତ ।ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସଂସଦ, ସମ୍ବଲପୁର ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଏକ ଦିନିକିଆ ଆଠମଲ୍ଲିକ ଗସ୍ତରେ ଆସି ଆଜି ପୂର୍ବାହ୍ନରେ କେନ୍ଦ୍ରୀୟ ବିଦ୍ୟାଳୟ, ଆଠମଲ୍ଲିକର ଅସ୍ଥାୟୀ କ୍ୟାମ୍ପସର ଲୋକାର୍ପଣ କରିବା ସହ ଟାଙ୍ଗିଆ ନିଶା ଠାରେ ସ୍ଥାୟୀ କ୍ୟାମ୍ପସ ପାଇଁ ଭୂମି ମଧ୍ୟରେ ପୂଜନ ନ କରିଥିଲେ । ଏତଦ୍ବ୍ୟତିତ ଘୋଷର ଠାରୁ ଅଙ୍ଗପଡା ରାସ୍ତା, ବାମୁର ଠାରୁ ଧଉରାପାଲି ଭାୟା ତାଳପଦର, ଜଇରଟ ଏବଂ ବାଲିଜେରାଙ୍ଗ ରାସ୍ତାର ଉନ୍ନତିକରଣ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।

ଏହା ସହିତ କସ୍ତୁରବା ଗାନ୍ଧୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ନିବାସ, ଓସକାପଲ୍ଲିରୁ କରମଲକଟା କରମଲକଟା ନାଳ ଉପରେ ସୁଉଚ୍ଚ ସେତୁ ନିର୍ମାଣ, ବାମୁର-ଧଉରାପଲି-ମାଧପୁର ରାସ୍ତା ଏବଂ ହଣ୍ଡପା– ପଟାପଥର ଭାୟା ବିଲେଇନାଳି ରାସ୍ତାର ଉନ୍ନତିକରଣ ଊଦଘାଟନ କରିଥିଲେ । ଏହାପରେ ଆଠମଲ୍ଲିକ ମହାବିଦ୍ୟାଳୟ ପରିସରରେ ଏକ ବିଶାଳ ଜନସମାବେଶରେ ଯୋଗ ଦେଇ ଚାଷ ଓ ଜଳସେଚନକୁ ସୁବ୍ୟବସ୍ଥିତ କରିବା, ଘରକୁ ଘର ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ, ପର୍ଯ୍ୟଟନର ବିକାଶ ସହ ଚାଷୀମାନଙ୍କ ଜିବନରେ ଊନ୍ନତି ଅଣାଯିବ ବୋଲି କହିଥିଲେ ।ଆଠମଲ୍ଲିକକୁ କୃଷି ଆଧାରିତ ଅଞ୍ଚଳରେ ପରିଣତ କରିବା ସହ ସ୍ଥାନୀୟ ଛାତ୍ର ଛାତ୍ରୀମାନଙ୍କୁ ଗୁଣାତ୍ମକ ଓ ଦକ୍ଷତା ଭିତ୍ତିକ ଶିକ୍ଷା ପ୍ରଦାନ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।
ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସଂସଦ, ସମ୍ବଲପୁରଙ୍କ ଗସ୍ତ କାର୍ଯ୍ୟକ୍ରମରେ ମାନ୍ୟବର ଢେଙ୍କାନାଳ ସାଂସଦ ଶ୍ରୀ ରୁଦ୍ର ନାରାୟଣ ପାଣି, ମାନ୍ୟବର ବୌଦ୍ଧ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ଶ୍ରୀ ସରୋଜ ପ୍ରଧାନ, ମାନ୍ୟବର ଆଠମଲ୍ଲିକ ବିଧାୟକ ଶ୍ରୀ ନଳିନୀକାନ୍ତ ପ୍ରଧାନ, ମାନ୍ୟବର ପାଳଲହଡା ବିଧାୟକ ଶ୍ରୀ ଅଶୋକ ମହାନ୍ତି, ମାନ୍ୟବର ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ମାନ୍ୟବର ଛେଣ୍ଡିପଦା ବିଧାୟକ ଶ୍ରୀ ଅଗସ୍ତି ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ବବିତା ପ୍ରଧାନ, ଜିଲ୍ଲାପାଳ ଶ୍ରୀ ଅବଦାଲ୍ ମୁହମ୍ମଦ୍ ଅଖତର, କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନର ଯୁଗ୍ମ ଆୟୁକ୍ତ ଶ୍ରୀ ସୋମିତ ଶ୍ରୀବାସ୍ତବ ପ୍ରମୁଖ ଉପସ୍ଥିତ ଥିଲେ ।ଅପରାହ୍ନରେ ଆଠମଲ୍ଲିକ ବ୍ଳକ୍ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସଂସଦ, ସମ୍ବଲପୁରଙ୍କ ଦ୍ବାରା ଜିଲ୍ଲା ସ୍ତରୀୟ ଅଧିକାରୀମାନଙ୍କର କାର୍ଯ୍ୟ ସମାକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।