ସାମ୍ବାଦିକଙ୍କ ଅସହାୟ ପିତାମାତାଙ୍କୁ ପ୍ରେସ୍ ୟୁନିଅନର ସହାୟତା

ରାୟଗଡ (ଗୋପୀନାଥ ଗୌଡ଼): ପ୍ରେସ୍ ୟୁନିଅନର ସଭ୍ୟ ସ୍ୱର୍ଗତ ରାଜୀବ ଲୋଚନ ପଣ୍ଡାଙ୍କ ଅସହାୟ ପିତାମାତାଙ୍କୁ ପ୍ରେସ୍ ୟୁନିଅନ ତରଫରୁ ସମସ୍ତ ସଭ୍ୟଙ୍କ ଅନୁଦାନ କ୍ରମେ ୪୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।ୟୁନିଅନ ସଭାପତି ଅମୁଲ୍ୟ ସାହୁଙ୍କ ନେତୃତ୍ୱରେ ରାଜୀବ ଙ୍କ ଦ୍ୱାଦଶ କାର୍ଯ୍ୟକ୍ରମ ରେ ତାଙ୍କ ଜନ୍ମ ସ୍ଥାନ ଖୀଲିଙ୍ଗିରାଇ ଗ୍ରାମରେ ୟୁନିଅନ ଉପଦେଷ୍ଟା ଶ୍ରୀ ସୁରେଶ ଚନ୍ଦ୍ର ଦାଶ ରାଜୀବ ଙ୍କ ପିତା ଉଦୟନାଥ ଙ୍କୁ ୟୁନିଅନ ତରଫରୁ ୪୦ ହଜାର ପ୍ରଦାନ କରିଥିବା ବେଳେ, ସାଧାରଣ ସମ୍ପାଦକ ଶିବାଜୀ ଦାଶ ଉପସ୍ଥିତ ରହି ଆଗାମୀ ଦିନରେ ସବୁବେଳେ ରାଜୀବଙ୍କ ପିତା ମାତାଙ୍କ ନିକଟରେ ୟୁନିଅନ ପ୍ରହରୀ ହୋଇ ରହିବ ବୋଲି ଶ୍ରୀ ଦାଶ କହିଛନ୍ତି ।.ଏଥିରେ ୟୁନିଅନର ନରେଶ ପାତ୍ର , ଅମୁଲ୍ୟ ନିସାଙ୍କ ଙ୍କ ସହ ବରିଷ୍ଠ ସାମ୍ବାଦିକ ସୁଶାନ୍ତ କୁମାର ପ୍ରଧାନ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!