ଚମ୍ପୁଆ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରୀ ୨.୦ ର ଶୁଭାରମ୍ଭ

କେନ୍ଦୁଝର/ଚମ୍ପୁଆ (ରିପୋର୍ଟ – ପ୍ରଦୀପ ମହାନ୍ତ) :ଚମ୍ପୁଆ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରୀ ୨.୦ ର ଶୁଭାରମ୍ଭ ନିମନ୍ତେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳା ଟିକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅଧ୍ୟକ୍ଷ ଗିରିଜା ଶଙ୍କର ସାହୁ ଉଦଘାଟନ କରିଥିଲେ । ଆସନ୍ତା ଆର୍ଥିକ ବର୍ଷରେ ସମସ୍ତ ଯୋଗ୍ୟ ହିତାଧିକାରୀ ମାନଙ୍କୁ ପିଏମ ଆବାସ ଯୋଜନା ରେ ଘର ଯୋଗାଇ ଦିଆଯିବା ପାଇଁ ପଦକ୍ଷେପ ନିଆଯିବ ନେଇ ଅଧ୍ୟକ୍ଷ ଶ୍ରୀ ସାହୁ ପ୍ରତିଶ୍ରୁତି ଦେଇଥିଲେ । କାର୍ଯ୍ୟନିର୍ବାହୀ ଅଧିକାରୀ ଜଗନ୍ନାଥ ବେହେରା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି କର୍ମଶାଳା ରେ ବିଭିନ୍ନ ୱାର୍ଡ ର କାଉନସିଲର , ସ୍ୱୟଂ ସହାୟିକା ଗୋଷ୍ଠୀ ର ସଦସ୍ୟା ଓ ବସ୍ତିବାସିନ୍ଦା ସଂଘ ର ସଦସ୍ୟା ମାନେ ଯୋଗ ଦେଇଥିଲେ। ଏହି ଯୋଜନା ରେ ମହିଳା ହିତାଧିକାରୀ ମାନଙ୍କୁ ଅଗ୍ରାଧିକାର ଭିତ୍ତି ରେ ବାସଗୃହ ଯୋଗାଇ ଦିଆଯିବ ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ ସୂଚନା ଦେଇଥିଲେ । ସିଏଲଟିସି ଅଭିଷେକ ନାଏକ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ ସତ୍ୟବାନ୍ ନାଏକ ସହଯୋଗ କରିଥିଲେ। ସୁପରଭାଇଜର ବିଶାଖା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!