ପାଚିକା ଓ ସହାୟିକା ମହାସଂଘ ରଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ରଣ ହୁଙ୍କାର

ରାୟଗଡା (ଗୋପୀନାଥ ଗୌଡ଼) : ଦକ୍ଷୀଣ ଓଡିଶା ପାଚିକା ଓ ସହାୟିକା ମହାସଂଘ ( AICCTU) ତରଫରୁ ଗୁଣପୁର ନୁଆଁ ବସଷ୍ଟାଣ୍ଡ ଠାରୁ ଏକ ଶୋଭାଯାତ୍ରା ବାହାରି ଗୁଣପୁର ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ୧୭ ଦଫା ଦାବି ଉପ ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି l

ସ୍କିମ୍ ଶ୍ରମିକ ମାନଙ୍କୁ ସରକାରୀ କର୍ମଚାରୀ ର ମାନ୍ୟତା ଓ ମାସିକ ୨୬ ହଜାର ଟଙ୍କା ପ୍ରଦାନ କରିବା , ପାଚିକାମାନଙ୍କୁ ସାମାଜିକ ନିରାପତ୍ତା ପ୍ରଦାନ କରିବା, ୪ ଟି ଶ୍ରମ କୋଡ଼ ବାତିଲ କରିବା, ନୁତନ ଶିକ୍ଷା ନିତି ୨୦୨୦ କୁ ବାତିଲ କରିବା, ୨୦୨୨ ବିଦ୍ୟୁତ୍ ର ଘରୋଇ କରଣ ବଦଂ କରିବା, କୃଷକ ବିରୋଧି କୃଷି ଆଇନ୍ ବାତିଲ କରିବା, ଓପିଏସ୍ କୁ ଲାଗୁକରିବା ଓ ଏନପିଏସ ଓ ୟୁପିଏସ କୁ ବାତିଲ କରିବା, ୨୦୦ ଦିନ କାମ ଦୈନିକ ୬୦୦ ମଜୂରୀ ପ୍ରଦାନ କରିବା, କର୍ପୋରେଟ ଲୁଟ ବନ୍ଦ କରିବା, ଜଗଂଲ ଆଇନ ୨୦୨୩ ବାତିଲ କରିବା, ସମସ୍ତଙ୍କୁ ମାଗଣା ବୈଜ୍ଞାନିକ ଶିକ୍ଷା ପ୍ରଦାନ କରିବା, EPF ESIC ରେ ମଜୁରୀ ସିମା ଉଛେଦ କରିବା, କୃଷି ରୁଣ ଉପରେ ସବସିଡି ପ୍ରଦାନ କରିବା, କୃଷି ଉତ୍ପାଦନ ସର୍ବନିମ୍ନ ସହାୟକ ମୂଲ୍ୟ ଆଇନ ଗତ ଗ୍ୟାରେଣ୍ଟି ପ୍ରଦାନ କରିବା, ଉପସ୍ଥିତ ଥିଲେ ମୁନି ଶବର (ସଭାପତି) ମୁକ୍ତି ଲତା ଶବର, , ବିଜୟ ଲକ୍ଷ୍ମୀ ଶବର , ମଣି ଶବର, , ଜୟନ୍ତୀ ଶବର, ପ୍ରଭା ବିଦିକା , ନଳିନୀ ପଣ୍ଡା, କୁମାରୀ ଶବର, ସୂର୍ଯ୍ୟ ଶବର,ସବିତା ଜେନା, ରାଜେନ୍ଦ୍ର ମାଝୀ, କୈଳାସ ଶବର, ତ୍ରିପତି ଗମାଙ୍ଗ ଉପଦେଷ୍ଟା ଦକ୍ଷୀଣ ଓଡିଶା ପାଚିକା ଓ ସହାୟିକା ମହାସଂଘ।

Leave a Reply

Your email address will not be published. Required fields are marked *

error: Content is protected !!