ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣପୁର ଜିଲ୍ଲାର ସଦର ମହକୁମା ଉପ- କାରାଗାର ରେ ଏକ ସ୍ବତନ୍ତ୍ର ଯୋଗ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇ ଯାଇଛି l ଏହୀ କାର୍ଯ୍ୟକ୍ରମ ରେ ଜିଲ୍ଲା ଭାରତ ସ୍ଵାଭିମାନ ପ୍ରଭାରୀ ମନୋଜ ପଣ୍ଡା ଯୋଗ ଦେଇ ସମସ୍ତ ବିଚାରଧୀନ କଏଦୀ ଙ୍କୁ ଯୋଗାଭ୍ୟାସ, ସୂର୍ଯ୍ୟ ନମସ୍କାର, ରୋଗ ଅନୁସାରେ ଯୋଗ ଓ ପ୍ରାଣାୟାମ ର ପ୍ରତି ଦିନ ସକାଳ ଯୋଗ ଅଭ୍ୟାସ ଦ୍ଵାରା ରୋଗର ନିବାରକ ଓ ଜୀବନ ଶୈଳୀ ସୁନ୍ଦର ହୋଈ ପାରିବ ବୋଲି ନିଜର ବହୁମୂଲ୍ୟ ମତାମତ ପ୍ରକାଶ କରିଥିଲେ । କାରାପତି ଡିଲେଶ୍ୱର୍ ଜେନା, ସହକାରୀ କାରାପତି ସୁଖସାର ଦୁଧଖିମିଆ, ସହକାରୀ ଉପ କାରାପାଳ ରାଜେନ୍ଦ୍ର କୁମାର ପଣ୍ଡା ଉପସ୍ଥିତ ରହି ଏହି ଶିବିର କୁ ପରିଚାଳନା କରିଥିଲେ। ଯୋଗ ଶିକ୍ଷକ ସୁବାସ ପଣ୍ଡା ଓ ସଞ୍ଜୟ ବଡ ପଣ୍ଡା ଶିବିରାର୍ଥି ଙ୍କୁ ଯୋଗ ପ୍ରଶିକ୍ଷଣ ଦେଇଥିଲେ । ଜେଲ ମହା ନିର୍ଦ୍ଦେଶକ ଙ୍କ ନିର୍ଦେଶ ରେ ପ୍ରତି ଦିନ ଏ ଶିବିର ଆୟୋଜନ କରାଯିବ ବୋଲି ଜେଲର ଶ୍ରୀ ଜେନା କହିଛନ୍ତି ।