ସୋନପୁର ବିଜେପି ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ଅପରେସନ୍ ସିନ୍ଦୂରର ସଫଳତାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଉତ୍ସହ ସୃଷ୍ଟି କରିବା ସହ ଦେଶପ୍ରେମ ଜାଗ୍ରତ କରିବା ଉଦ୍ଦେଶ୍ୟରେ ଆଜି ସୁବର୍ଷପୁର ବିଜେପି ନଗର ମଣ୍ଡଳ ପକ୍ଷରୁ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ରେ ତ୍ରିରଙ୍ଗା ଯାତ୍ରା ଶୁଭାରମ୍ଭ ହୋଇଛି । ଏହି ଶୋଭାଯାତ୍ରା ସହର ପରିକାମ କରି ଲୋକଙ୍କ ମଧ୍ୟରେ ଦେଶପ୍ରେମ ବାର୍ତା ପହଚାଇଥିଲା । ଏଥିରେ ମୁଖ୍ୟ ଅତିଥୁ ଭାବେ ଜିଲ୍ଲା ବିଜେପି ସଭାପତି ବେଣୁଧର ଦାଶ ଯୋଗ ଦେଇ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ । ନଗର ମଣ୍ଡଳ ସଭାପତି ସୁରେଶ ବିଶ୍ଵାଳଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ସରୁପ ପାତ୍ର, ବରିଷ୍ଠ କାର୍ଯ୍ୟକର୍ତା ଶିବରାମ ସାହୁ, କାଉନସିଲର ଗଙ୍ଗାଧର ଦରିଆ, ଦଶରଥି ମେହେର, ଗୁପ୍ତପ୍ରକାଶ ମିଶ୍ର, ବିବେକାନନ୍ଦ ମିଶ୍ର,ପ୍ରଫୁଲ୍ଲ ମେହେର, ଦେବାଶିଷ ପୂଜାରୀ, ଶୁଭ୍ରାଂଶୁ ଶେଖର ମିଶ୍ର, ପ୍ରମୁଖଙ୍କ ବହୁ କାର୍ଯ୍ୟକର୍ତା ସାମିଳ ଥିଲେ ।

Leave a Reply

Your email address will not be published. Required fields are marked *

error: Content is protected !!