ସୋନପୁର କଲେଜରେ ପୁରାତନ ଛାତ୍ରଛାତ୍ରୀଙ୍କ ସାଧାରଣ ସଭା

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣପୁର ଜିଲ୍ଲାର ସର୍ବପୁରାତନ କଲେଜ ସୋନପୁର ମହାବିଦ୍ୟାଳୟ ଗଠନର ଦୀର୍ଘ ଅର୍ଦ୍ଧ ଶତାବ୍ଦୀ ପରେ ମଧ୍ୟ ସରକାରୀ ମାନ୍ୟତା ପାଇ ପାରିନାହିଁ। ଏଥିପାଇଁ ପ୍ରଶାସନିକ ଉଦାସୀନତା ତଥା ରାଜନୈତିକ ଇଚ୍ଛାଶକ୍ତିକୁ ସାଧାରଣରେ ଦାୟୀ କରାଯାଉଛି। ୧୯୬୪ ମସିହାରେ ଗଠିତ ଏହି ମହାବିଦ୍ୟାଳୟକୁ ଏବେ ସରକାରୀ ମାନ୍ୟତା ପ୍ରଦାନ ଦାବିରେ କଲେଜର ପୁରାତନ ଛାତ୍ରଛାତ୍ରୀଙ୍କ ସଂଘ ଅଣ୍ଟା ଭିଡ଼ିଛି। ଆଜି ସୋନପୁର ମହାବିଦ୍ୟାଳୟ ପରିସରରେ ପୂର୍ବତନ ସଭାପତି ପ୍ରଫୁଲ୍ଲ ରଥଙ୍କ ଅଧ୍ୟକ୍ଷତାରେ ପୁରାତନ ଛାତ୍ରଛାତ୍ରୀଙ୍କ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ନୂତନ କାର୍ଯ୍ୟକାରିଣୀ ସମିତି ଗଠିତ ହୋଇଥିଲା।

ସଭାପତି ଭାବେ ଶ୍ରୀ ରଥ ପୁନଃ ମନୋନୀତ ହୋଇଥିଲେ, ଉପସଭାପତି ଗତିକୃଷ୍ଣ ମିଶ୍ର, ସାଧାରଣ ସମ୍ପାଦକ ଭାରତଭୂଷଣ ଦାସ, ସହ ସମ୍ପାଦକ ସରୋଜ କୁମାର ପ୍ରଧାନ ଓ ବିଶ୍ୱବିର ମିଶ୍ର, କୋଷାଧ୍ୟକ୍ଷ ବିଶ୍ବରଂଜନ ପୂଜାରୀଙ୍କୁ ମନୋନୀତ କରାଯାଇଛି। ଆବାହକ ଭାବେ ସୁଦାମ ଚରଣ ମିଶ୍ର। ଏହା ସହ ଏକ ୧୦ ଜଣିଆ କାର୍ଯ୍ୟକାରିଣୀ ସଦସ୍ୟଙ୍କ ସହିତ ୬ଜଣ କାର୍ଯ୍ୟକାରୀ ସଭାପତିଙ୍କୁ ମନୋନୀତ କରାଯାଇଛି।

ଏଥିରେ ଉପଦେଷ୍ଟା କମିଟି, ସାମାଜିକ ଗଣମାଧ୍ୟମ, ଗଣମାଧ୍ୟମ, ସମ୍ମାନନୀୟ ସଭ୍ୟ, ଅର୍ଥନୈତିକ ପ୍ୟାପାର, ସ୍ୱତନ୍ତ୍ରକାର୍ଯ୍ୟଶକ୍ତି, ମହିଳା, ଆଇନ ପରାମର୍ଶ ଆଦି ବିଭିନ୍ନ ଉପ କମିଟି ଗଠନ କରାଯାଇଥିଲା। ଏଥିରେ ସୋନପୁର କଲେଜକୁ ସରକାରୀ ମାନ୍ୟତା ପ୍ରଦାନ ତଥା କଲେଜର ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ କାର୍ଯ୍ୟପନ୍ଥା ଗ୍ରହଣ ପାଇଁ ଆଲୋଚନା ହୋଇଥିଲା। ଏହି ସଭାକୁ ପୂର୍ବତନ ଛାତ୍ର ନେତା ପ୍ରବୀଣ ଚନ୍ଦ୍ର ତ୍ରିପାଠୀ ପରିଚାଳନା କରିଥିଲେ। ଶେଷରେ ନବନିଯୁକ୍ତ ସାଧାରଣ ସମ୍ପାଦକ ଭାରତଭୂଷଣ ଦାସ ଧନ୍ୟବାଦ୍ ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!