ପିତାମହୁଲରେ କେନ୍ଦ୍ର ସ୍ତରୀୟ ଡ଼ୁମାଲ ଜାତି ସମାଜର ବାର୍ଷିକ ବୈଠକ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ) : ବୀରମହାରାଜପୁର ବ୍ଲକ ସୁବଳୟା ଥାନା ଅନ୍ତର୍ଗତ ପିତାମହୁଲ ଗ୍ରାମ ଠାରେ କେନ୍ଦ୍ର ସ୍ତରୀୟ ଡୁମାଳ ଜାତି ସମାଜର ବାର୍ଷିକ ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ସ୍ଥାନୀୟ ଗ୍ରାମର ଭୈରବୀ ମନ୍ଦିର ଠାରେ ପୂଜାର୍ଚ୍ଚନା କରି ସମସ୍ତ କର୍ମ କର୍ତ୍ତା ମଶାଳ ଯାତ୍ର କରି ଶିବ ମନ୍ଦିର ପ୍ରାଙ୍ଗଣ ସଭା ପଣ୍ଡବ ଆଣିଥିଲେ। ବୈଠକରେ ପିତାମହୁଲ କେନ୍ଦ୍ରର ସଭାପତି ଶରତ ଗାଇଗରିଆଙ୍କ ସଭାପତିତ୍ବରେ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ସଭାପତି ଅଶ୍ଵିନୀ କୁମାର ମହାକୁର ଯୋଗଦାନ କରିଥିବା ବେଳେ ସମ୍ମାନୀୟ ଅତିଥି ଭାବରେ ବାଗବର କେନ୍ଦ୍ରର ସମ୍ପାଦକ ହରିହର ପଧାନ ଯୋଗଦାନ କରିଥିଲେ।

ପିତାମହୁଲ କେନ୍ଦ୍ରର ସମ୍ପାଦକ ଅଶ୍ଵିନୀ ପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ସମସ୍ତ ଜାତି ଗଙ୍ଗା ମାନଙ୍କୁ ଶୁଭେଚ୍ଛା, ସ୍ବାଗତ ସମ୍ବର୍ଧନା ଜଣାଇ ବାର୍ଷିକ ବୈଠକ ବିବରଣୀ ପାଠ କରି,ଆୟ ବ୍ୟୟ ଉପସ୍ଥାପନା କରିଥିଲେ। କେନ୍ଦ୍ର ସଭାପତି ନୂତନ କେନ୍ଦ୍ର କମିଟି ଗଠନ କରିବା ପାଇଁ ପ୍ରସ୍ତାବ ରଖିଥିଲେ। ଉକ୍ତ ବୈଠକରେ ସମସ୍ତ ଜାତି ଗଙ୍ଗା ମାନଙ୍କର ମତାମତ ଅନୁସାରେ ନୂତନ କେନ୍ଦ୍ର କମିଟିରେ କ ସଭାପତି ଶ୍ରୀକାନ୍ତ କର୍ମୀ,ଉପ ସଭାପତି ଶୁଭେନ୍ଦୁ କର୍ମୀ,ଋଷୁଭ ପଧାନ, ସମ୍ପାଦକ ଅଶ୍ଵିନୀ ପାତ୍ର,ସହ ସମ୍ପାଦକ ଡିଙ୍ଗିର ମହାକୁର, ସଞ୍ଜୟ କଲତା, କୋଷାଧ୍ୟକ୍ଷ କୁଷଧର ମହାକୁର, ଜିଲ୍ଲା ପ୍ରତିନିଧି ରାମ ପ୍ରସାଦ କର୍ଣ୍ଣ, ସଭ୍ୟ କଲା କାହ୍ନୁ କର୍ଣ୍ଣ,,ଭୋଲାନାଥ ମହାକୁର,ଦୟାଶୀଳ ଭୋଇ, କରୁଣାକର ଭୋଇ, ମହିଳା ସଦସ୍ୟା ରମ୍ଭା ମହାକୁର ଓ ଉପଦେଷ୍ଟl କମିଟିରେ ଶରତ ଗାଈଗାରିଆ,ଧନେଶ୍ୱର ମେଣ୍ଡିଲି,ଗିରିଧାରୀ ଗେଜ,ନାରାୟଣ ମହାକୁର,କମ୍ଭୁ ଦେହେରି, ବୀରେନ୍ଦ୍ର ଗାଈଗାରିଆ କୃତିବାସ ମହାକୁରଶେଷ ରେ ନୂତନ କେନ୍ଦ୍ର ସଭାପତି ଶ୍ରୀକାନ୍ତ କର୍ମୀ ଉପସ୍ଥିତ ଥିବା ସମସ୍ତ କର୍ମ କର୍ତ୍ତା ଜାତି ଭାଇ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!