ଆଜି ବି ମନରୁ ଲିଭିନି ସେଦିନର ସେହି କାଳ ରାତ୍ରୀର କରାଳ ରୂପ

ଅନୁଗୋଳ (ଅଜିତ କୁମାର ଭୋଇ): ଆଜି ବି ମନରୁ ଲିଭିନି ସେଦିନର ସେହି କାଳ ରାତ୍ରୀ କରାଳ ରୂପ,ବାହାନଗା ଟ୍ରେନ ଟ୍ରାଜେଡି କୁ ବିତିଲା ଦୁଇ ବର୍ଷ।ସେହି ନିରୀହ ନିଷ୍ପାପ ଯାତ୍ରୀ ମାନଙ୍କ ପାଇଁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି।ମନେ ଆଜି ସେଦିନର ସେହି କାଳ ରାତ୍ରି ର କଥା। ସମୟ ଥିଲା ସନ୍ଧ୍ୟା ୬:୪୫ ହଠାତ ଶୁଭିଥିଲା ପ୍ରଚଣ୍ଡ ଶବ୍ଦ। ସବୁ ହୋଇଥିଲା ଅନ୍ଧକାର ମୟ। କ୍ଷଣକ ମଧ୍ୟ ରେ ଲିଭିଯାଇଥିଲା ୨୯୬ ଜଣଙ୍କ ଜୀବନ ଦୀପ।ସେହିଦିନ ଏପରି ଏକ ଦିନ ଥିଲା ଯେ ଖବର ସଂଗ୍ରହ କରିବାକୁ ସାମ୍ବାଦିକ ଟି ସାହାସ ପାଇ ପାରୁ ନଥିଲା ,ପ୍ରତ୍ୟେକଟି ସେକେଣ୍ଡïର ଯାଉଥିଲା ଅମୁଲ୍ୟ ମୁଲ୍ୟ ଜୀବନ,ଆଜି ସେହି ଜୁନ ୦୨ ତାରିଖ ଆଜିର ଦିବସରେ ଆମ ତରଫ ରୁ ସମସ୍ତ ଦିବଂଗତ ଆତ୍ମା ଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଅଛୁ।

Leave a Reply

Your email address will not be published. Required fields are marked *

Powered by Joinchat