ବିକଶିତ କୃଷି ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ର ଶୁଭାରମ୍ଭ

କେନ୍ଦୁଝର/ଚମ୍ପୁଆ (ପ୍ରଦୀପ ମହାନ୍ତ):ଚମ୍ପୁଆ ବ୍ଲକର ହୁଞ୍ଜପଶି ଓ ଚିମିଳା ଠାରେ ବିକଶିତ କୃଷି ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇ ଯାଇଛି। ହୁଞ୍ଜପଶି ଓ ଚିମିଳା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ମଞ୍ଜୁଲତା ନାୟକ, ବ୍ଲକ କୃଷି ଅଧିକାରୀ ଶାରଦା ହାଁସଦା, ସହକାରୀ କୃଷି ଅଧିକାରୀ ରମାମଣି ସାହୁ, ମୃତ୍ତିକା ସଂରକ୍ଷଣ ଅଧିକାରୀ ବନମାଳୀ ପାତ୍ର, ସହକାରୀ ଉଦ୍ୟାନ କୃଷି ଅଧିକାରୀ ଏସ. ଶୁଭଲକ୍ଷ୍ମୀ, ସିଆଇଡବ୍ଲ୍ୟୁଏ ଭୁବନେଶ୍ଵରର ବରିଷ୍ଠ ଅଧିକାରୀ ମନୋରଞ୍ଜନ ପୃଷ୍ଟି, ଫଳ ବୈଜ୍ଞାନିକ ଡ଼ଃ ଅଙ୍କିତା ସାହୁ, କୃଷି ବିଜ୍ଞାନ କେନ୍ଦ୍ର କେନ୍ଦୁଝରର ଅମ୍ରିତା ମହାପାତ୍ର, ଦୀପକ ହେମ୍ବ୍ରମ ପ୍ରମୁଖ ଯୋଗଦେଇ ଚାଷ ଓ ଚାଷୀର ଉନ୍ନତି ପାଇଁ ସରକାର ଚାଷୀ ମାନଙ୍କ ପାଇଁ ପ୍ରଣୟନ କରିଥିବା ନୂତନ କୌଶଳ ଓ ଯୋଜନା ବିଷୟରେ ଅବଗତ କରିଥିଲେ।

ଆଧୁନିକ ପ୍ରଣାଳୀରେ ଚାଷ ବିଷୟରେ ଚାଷୀକୁ ଅବଗତ ଓ ସହାୟତା ଦେଇ ଚାଷୀର ଆର୍ଥିକ ମାନଦଣ୍ଡକୁ ସୁଦୃଢ କରିବା ବିକଶିତ କୃଷି ସଙ୍କଳ୍ପ ଅଭିଯାନର ମୂଳ ଲକ୍ଷ୍ୟ । ଆଧୁନିକ ପ୍ରଣାଳୀରେ ଡ୍ରୋନ୍ ସହାୟତାରେ ଚାଷ ଜମିରେ କୀଟନାଶକ ଔଷଧ ସିଞ୍ଚନ, କୃଷି ବୀମା, ସବସିଡି, ରାସାୟନିକ ସାର ବଦଳରେ ଜୈବିକ ସାରର ପ୍ରୟୋଗ, ମୃତ୍ତିକା ସ୍ବାସ୍ଥ୍ୟ ପରୀକ୍ଷା, ଜୈବିକ କୃଷି, ପ୍ରାକୃତିକ କୃଷି, ଅଦିନିଆ ପନିପରିବା ଚାଷ, ବିହନ ବିଶୋଧନ ଉପରେ ପରାମର୍ଶ ଦିଆ ଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ପ୍ରାୟ ପାଖାପାଖି ଅଞ୍ଚଳର ୨୦୦ରୁ ଉର୍ଦ୍ଧ୍ଵ ଚାଷୀ ଯୋଗ ଦେଇଥିବା ଜଣା ପଡିଛି।

Leave a Reply

Your email address will not be published. Required fields are marked *

error: Content is protected !!