ସୁବର୍ଣ୍ଣପୁର ଜିଲ୍ଲାବାସୀଙ୍କୁ ୩୨୩ କୋଟି ଟଙ୍କାର ୫୬ ଗୋଟି ପ୍ରକଳ୍ପ ଭେଟି ଦେଲେ ମୁଖ୍ୟମନ୍ତ୍ରୀ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଆସି ଉପସ୍ଥିତ ଜନସାଧାରଣଙ୍କୁ ସଂଵୋଧିତ କରିଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ଅବସରରେ ଜିଲ୍ଲାପ୍ରଶାସନ ଦ୍ୱାରା ଆୟୋଜିତ ଜନ ସମାବେଶରେ ଯୋଗଦାନ କରି ଜିଲ୍ଲାର ବିକାଶ ନିମନ୍ତେ ବିଭିନ୍ନ ଜନକଲ୍ୟାଣ ପ୍ରକଳ୍ପଗୁଡିକର ପ୍ରାୟ ୩୨୩ କୋଟି ଟଙ୍କାରୁ ଉର୍ଦ୍ଧ୍ଵ ୫୬ଗୋଟି ପ୍ରକଳ୍ପ ଉଦଘାଟନ ସହ ଅନେକ ପ୍ରକଳ୍ପ ନିମନ୍ତେ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ।

ହେଲିକପ୍ଟର ଯୋଗେ ମୁଖ୍ୟମନ୍ତ୍ରୀ ପହଞ୍ଚିବା ପରେ ପ୍ରଥମେ ସାର୍କିଟହାଉସକୁ ଯାଇ ନୂତନ ଭାବରେ ନିର୍ମିତ ସର୍କିଟ ହାଉସ୍ କୁ ଉଦଘାଟନ କରି ଆଗରୁ ନିଧାର୍ଯ୍ୟ ଥିବା କିଛି ଅନୁଷ୍ଠାନର କର୍ମକର୍ତ୍ତା ଙ୍କୁ ଭେଟି ତାଙ୍କ ଠାରୁ ବିଭିନ୍ନ ସମସ୍ୟା ନିହିତ ସ୍ମାରକପତ୍ର ଗ୍ରହଣକରି ପରେ ରାମେଶ୍ବର ଷ୍ଟାଡିୟମ କୁ ଆସି ଉପସ୍ଥିତ ହଜାର ହଜାର ଜନସାଧାରଣ ଙ୍କୁ ସଂଵୋଧିତ କରିଥିଲେ। ଏ ଅବସରରେ ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ, ବୀରମହାରାଜପୁର ବିଧାୟକ ଇଂ ରଘୁନାଥ ଜଗଦଲା, ସୋନପୁର ବିଧାୟକ ନିରଞ୍ଜନ ପୂଜାରୀ, କଂଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ , କଂଟାମାଲ ବିଧାୟକ କହ୍ନାଇ ଚରଣ ଡାଙ୍ଗ ସୋନପୁର ଜିଲ୍ଲା ପାଳ ଅନ୍ୟାଦାସ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!