ଜିଲ୍ଲାସ୍ତରୀୟ ସ୍ୱିମିଂ ପ୍ରତିଯୋଗିତା ଅନୁଷ୍ଠିତ, ଅନୁଗୁଳରେ ଉତ୍ସାହଜନକ ଭାବେ ସମାପ୍ତ

ଅନୁଗୁଳ (ଅଜିତ କୁମାର ଭୋଇ) : ଜିଲ୍ଲାର ବିଜୁ ପଟ୍ଟନାୟକ ସ୍ୱିମିଂ କମ୍ପ୍ଲେକ୍ସରେ ଏକ ଉତ୍ସାହପୂର୍ଣ୍ଣ ଜିଲ୍ଲା ସ୍ତରୀୟ ସ୍ୱିମିଂ ପ୍ରତିଯୋଗିତା ଅନୁଷ୍ଠିତ ହେଲା। ଏହି ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ (ADM) ମି. ଉଦୟ କୁମାର ମହାପାତ୍ର ଓ ଜିଲ୍ଲା କ୍ରୀଡ଼ା ଅଧିକାରୀ (DSO) ମି. ଅକ୍ଷୟ କୁମାର ସିଥା ଉପସ୍ଥିତ ଥିଲେ। ତାଙ୍କ ଉପସ୍ଥିତି କ୍ରୀଡ଼ାଳୁମାନେ ପାଇଁ ବହୁତ ପ୍ରେରଣାଦାୟକ ରହିଛି।ଏହି ପ୍ରତିଯୋଗିତାରେ ମୋଟ ୮୪ ଜଣ ଖେଳାଳି ଭାଗ ନେଇଥିଲେ। ପ୍ରତିଯୋଗିତା ବିଭିନ୍ନ ବର୍ଗରେ ହୋଇଥିଲା, ଯେପରିକି ଫ୍ରି ଷ୍ଟାଇଲ୍, କିକ୍ ବୋର୍ଡ, ବ୍ୟାକ୍ ଷ୍ଟ୍ରୋକ୍ ଇତ୍ୟାଦି। ଏହି ପ୍ରତିଯୋଗିତାକୁ ଖେଳାଳିଙ୍କ ବୟସ ଅନୁଯାୟୀ ଜୁନିଅର, ସବ୍-ଜୁନିଅର ଓ ସିନିଅର ବର୍ଗରେ ବିଭକ୍ତ କରାଯାଇଥିଲା।

ଯେଉଁ ଖେଳାଳିମାନେ ଉତ୍ତମ ପ୍ରଦର୍ଶନ କରିଛନ୍ତି, ସେମାନଙ୍କୁ ରାଜ୍ୟ ସ୍ତରୀୟ ସ୍ୱିମିଂ ପ୍ରତିଯୋଗିତା ପାଇଁ ଚୟନ କରାଯିବ। ଅନ୍ତିମରେ, ସମସ୍ତ ଅଂଶଗ୍ରାହୀଙ୍କୁ ସ୍ମାରକ ସନଦ ଓ ପୁରସ୍କାର ଦେଇ ସମ୍ମାନିତ କରାଯାଇଛି।ଏହି ପ୍ରତିଯୋଗିତାକୁ ସଫଳ ଓ ଶ୍ରେଷ୍ଠ ଭାବେ ଆୟୋଜନ କରିଥିଲେ:ପ୍ରକୃତି ମହାନ୍ତି (ମ୍ୟାନେଜର)ଅଞ୍ଜୁ ପରିଡା (ସିନିଅର କୋଚ୍)ଶିବ ସୌରଭ ମହାର (ଜୁନିଅର କୋଚ୍)ଓମ୍ ପ୍ରକାଶ ମହାନ୍ତି (ଅସିଷ୍ଟାଣ୍ଟ ମ୍ୟାନେଜର)ଏହି ଅନୁଷ୍ଠାନ ଦ୍ୱାରା ଅନୁଗୁଳ ଜିଲ୍ଲାରେ ସ୍ୱିମିଂ ଖେଳ ପ୍ରତି ଯୁବପିଢ଼ିର ଆଗ୍ରହ ଓ ସମ୍ଭାବନାକୁ ଉଦ୍ଭାସିତ କରାଯାଇଛି।ଅନୁଗୋଳ ରୁ ଅଜିତ୍ କୁମାର ଭୋଇ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *

error: Content is protected !!