ଜାମୁଦଲକ୍ ଠାରେ ଚବିଶପ୍ରହର ନାମଯଜ୍ଞ ଅନୁଷ୍ଠିତ !

କେନ୍ଦୁଝର/ଚମ୍ପୁଆ (ରିପୋର୍ଟ – ପ୍ରଦୀପ ମହାନ୍ତ): ଚମ୍ପୁଆ ବ୍ଲକ ଅନ୍ତର୍ଗତ ଜାମୁଦଲକ ଗ୍ରାମରେ ୪ ଦିନ ଧରି ଅଖଣ୍ଡ ଚବିଶ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଦିବସରେ ଗ୍ରାମ ପୋଖରୀରୁ କଳସ ଶୋଭାଯାତ୍ରା କରି ଘଟ ଅଣାଯାଇ ସ୍ଥାପନ କରାଯାଇ ଜାମୁଦଲକ୍ ଗ୍ରାମରେ ଅଧ୍ୟାତ୍ମିକ ପରିବେଶ ମଧ୍ୟରେ ନାମ ସଂକୀର୍ତନ ଶୁଭାରମ୍ଭ ହୋଇଥିଲା ! ଏହି ଅଖଣ୍ଡ ନାମଯଜ୍ଞ କାର୍ଯ୍ୟକ୍ରମରେ ଗଡିପୋଖରୀ,ନୂଆପଡା, ତୁରମୁଙ୍ଗା,ଭୁୟାରୋଡ଼କଳା ଆଦି ଗ୍ରାମ ଦଳ ଭାଗନେଇ ନାମ ସଂକୀର୍ତନ ପରିବେଷଣ କରା ଯାଇଥିବା ବେଳେ ଆଜି ଉଦଯାପନୀ ଦିବସରେ ବୈଠକି ପାଲା,ପ୍ରବଚନ ଓ ନଗର କୀର୍ତ୍ତନ ହୋଇ ଚବିଶ ପ୍ରହର ନାମ ଯଜ୍ଞ ସମାପିତ ହୋଇଥିଲା !

ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଚମ୍ପୁଆ ନିର୍ବାଚନ ମଣ୍ଡଳୀର ଲୋକପ୍ରିୟ ବିଜେପି ଜନନେତା, ତଥା ସମାଜସେବୀ ଶ୍ରୀମନ୍ତ କୁମାର ତ୍ରିପାଠୀଙ୍କ ସହିତ ସିଦ୍ଧାର୍ଥ ସିଂ, କାଙ୍ଗାଳି ନାଏକ, ସୁମନ୍ତ ମହାନ୍ତ, ପବିତ୍ର ମହାନ୍ତ,ଦୀପକ ମହାନ୍ତ,ଜ୍ୟୋତି ହାଇବୁରୁ ଓ ପ୍ରଦୀପ ମହାନ୍ତଙ୍କ ସହିତ ଅନେକ ବିଜେପି କାର୍ଯ୍ୟକର୍ତା ଯୋଗଦେଇଥିଲେ । ଜାମୁଦଲକ କୀର୍ତ୍ତନ ମଣ୍ଡଳୀ କମିଟି ର ମୁଖ୍ୟ ସ୍ୱରସ୍ୱତୀ ପାତ୍ର, ସୁଭଦ୍ରା ମହାନ୍ତ, ସୁମିତ୍ରା ପ୍ରଧାନ, ୱାର୍ଡ ମେମ୍ବର ଭାରତୀ ପାତ୍ର, ଜସଦା ମୁଣ୍ଡା, ବୀଣାପାଣି ମହାନ୍ତ, ଶଙ୍କର୍ଷଣ ପ୍ରଧାନ ପୂର୍ବତନ ସରପଞ୍ଚ,ଦିଲ୍ଲୀପ କୁମାର ମହାନ୍ତ, ରାଜେନ୍ଦ୍ର ପ୍ରଧାନଙ୍କ ମିଳିତ ପ୍ରଚେଷ୍ଟାରେ ନୂତନ ମଣ୍ଡପ ନିର୍ମାଣ ପରେ ଉଦଘାଟନ ସମାରୋହ ଓ ୨୪ ପ୍ରହର ଅଖଣ୍ଡ ନାମ ଯଜ୍ଞ ଅନୁଷ୍ଠିତ ହୋଇଛି । । ଗ୍ରାମର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ପରିଚାଳନାରେ ସହଯୋଗ କରି ଥିବା ବେଳେ ନାମଯଜ୍ଞ ଦେଖିବାକୁ ଶହ ଶହ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା !

Leave a Reply

Your email address will not be published. Required fields are marked *

error: Content is protected !!