ପୁଅର ପାଇଁ କିଣିଥିବା ଜମିରେ RCB ବିଜୟ ଉତ୍ସବରେ ପ୍ରାଣ ହରାଇ ଥିବା ପୁଅକୁ ଦେଲେ ସମାଧି

ବେଙ୍ଗାଲୁର (ଶ୍ରୀକ୍ଷେତ୍ର ନ୍ୟୁଜ଼ ବ୍ୟୁରୋ) : ବାପା ତା’ ପୁଅକୁ ହରାଇବା ପରେ କେତେ ଭାଙ୍ଗିପଡିଛି ସାମ୍ନାକୁ ଆସିଥିବା ଭିଡିଓରୁ ହିଁ ଜଣାପଡୁଛି । ଆହୁରି ମଧ୍ୟ ଦେଖିବାକୁ ମିଳୁଛି ଯେ, ବାପା ପୁଅର ଦିଆଯାଇଥିବା କବର ପାଖରେ ବସି କାନ୍ଦି କାନ୍ଦି ଗଡିଯାଉଛି । ମୋ ସହ ଯାହା ଘଟିଛି ଏମିତି ଯେପରି କାହା ସହ ନ ଘଟୁ । ମୁଁ ଏବେ ଏହି ସ୍ଥାନକୁ ଛାଡି ଯିବାକୁ ଚାହୁଁନି, ଏଠାରେ ହିଁ ରହିବାକୁ ଚାହୁଁଛି କହି ଆଳୁଳବିକଳ ହେଉଛି ସେହି ବାପା । ପୁଅକୁ ହରାଇବାର ଦୁଃଖ ଏହି ବାପାଙ୍କ ପାଖରୁ ସ୍ପଷ୍ଟ ଜଣାପଡୁଛି । ଏତେ ବଡ ଦୁଃଖକୁ ସହିବା ତାଙ୍କ ପକ୍ଷେ ଅସମ୍ଭବ ହୋଇପଡିଛି ।

ଜୁନ୍ ୪ ତାରିଖରେ ବେଙ୍ଗାଲୁରୁ ଷ୍ଟାଡିୟମରେ IPL ମ୍ୟାଚ ଖେଳାଯାଇଥିଲା । RCBଟିମ୍ ଜିତିବା ପରେ ଫ୍ୟାନ୍ସ ବିଜୟ ଉତ୍ସବ ପାଳନ କରିଥିଲେ । ହେଲେ ସେହି ଖୁସିର ମୁହୂର୍ତ୍ତ ଦୁଃଖରେ ପରିଣତ ହୋଇଯାଇଥିଲା । ଦଳାଚକଟାରେ ୧୧ ଜଣଙ୍କର ମୃତ୍ୟୁ ଘଟିଥିଲା ଓ ସେମାନଙ୍କର ମଧ୍ୟରେ ମୃତକ ଭୂମିକା ଲକ୍ଷ୍ମଣ ମଧ୍ୟ ରହିଥିଲେ । ମୃତକ ଭୂମିକା ଲକ୍ଷ୍ମଣ ଜଣେ ଇଞ୍ଜିନିୟରିଂ ଛାତ୍ର ଥିଲେ ବୋଲି ସୂଚନା ମିଳୁଛି । ସାଙ୍ଗମାନଙ୍କ ସହ ଷ୍ଟାଡିୟମ ଯାଇଥିବାବେଳେ ଏପରି ଅଘଟଣରେ ତାଙ୍କର ମୃତ୍ୟୁ ଘଟିଥିଲା । ପୁଅର ସ୍ମୃତିରେ କାନ୍ଦୁଥିବା ବାପାଙ୍କ ନାମ ବିଟି ଲକ୍ଷ୍ମଣ। ଏହା କେବଳ ଜଣେ ବାପାଙ୍କ କାହାଣୀ ନୁହେଁ। ବରଂ ଏହା ପ୍ରତ୍ୟେକ ବାପାଙ୍କ କାହାଣୀ ଯିଏ ଏହି ଦଳାଚକଟାରେ ନିଜ ପୁଅ କିମ୍ବା ଝିଅଙ୍କୁ ହରାଇଛନ୍ତି।

କର୍ଣ୍ଣାଟକ ଭାଜପା ଏହି ଭିଡିଓ ସେୟାର କରିଛି। ସେ କର୍ଣ୍ଣାଟକ ସରକାରଙ୍କୁ ପ୍ରଶ୍ନ ଉଠାଇ କହିଛନ୍ତି, ଆପଣ କ’ଣ ଏହି ବାପାଙ୍କୁ ତାଙ୍କ ପୁଅ ଫେରାଇ ପାରିବେ, ଯିଏ ତାଙ୍କ ପୁଅର କବର ଆଗରେ ବସି କାନ୍ଦୁଛନ୍ତି? ସେ ଲେଖିଛନ୍ତି, ‘ହତ୍ୟାକାରୀ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା, ହତ୍ୟାକାରୀ ଉପ-ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର।’ ଯଦି ତୁମେ ମନ ସ୍ଥିର କରିଥାନ୍ତ, ତେବେ ତୁମେ RCB ଟିମଓ ତୁମ ପରିବାର ସହିତ ଏକ ବିଳାସପୂର୍ଣ୍ଣ ହୋଟେଲରେ କପ୍‌ ସହିତ ଫଟୋ ଉଠାଇ ପାରିଥାନ୍ତ। କିନ୍ତୁ ବିଧାନସୌଧର ଶିଡ଼ିରେ ଫଟୋ ଉଠାଇବା ପାଇଁ ତୁମର ଜିଦ୍‌ ପ୍ରତିଦିନ ୧୧ ପରିବାରକୁ ଲୁହ ଝରାଇବାକୁ ବାଧ୍ୟ କରିଛି।’

କର୍ନାଟକ ରାଜ୍ୟ କ୍ରିକେଟ ସଂଘ (KSCA) ରାଜନେତାମାନଙ୍କୁ ସମାଲୋଚନା କରିଛି ଏବଂ ଦାବି କରିଛି ଯେ, ଦୁର୍ଘଟଣା ଏକ ଅପ୍ରତ୍ୟାଶିତ ଘଟଣା ଏବଂ RCBର ବିଜୟକୁ ପାଳନ କରିବା ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଥିଲା, କ୍ରିକେଟ ସଂଘର ନୁହେଁ। ସେଥିପାଇଁ ସରକାରଙ୍କୁ ନିଜର ଭୁଲ୍‌ ସ୍ବୀକାର କରିବା ଉଚିତ୍‌।

Leave a Reply

Your email address will not be published. Required fields are marked *

error: Content is protected !!
Powered by Joinchat