କେନ୍ଦୁଝର/ଚମ୍ପୁଆ ( ପ୍ରଦୀପ ମହାନ୍ତ) : ଚମ୍ପୁଆ ଥାନା ଅନ୍ତର୍ଗତ ରାଣୀପୁର ଗ୍ରାମ ରେ ଜଣେ ନାବାଳକ ର ପୋଖରୀ ରେ ବୁଡ଼ି ମୃତ୍ୟୁ ଘଟିଛି । ମୃତ ନାବାଳକ ରାଣୀପୁର ଗ୍ରାମ ର ଲିଙ୍ଗରାଜ ନାୟକ ଙ୍କ ପୁଅ ବାସୁବୁ ନାୟକ (ଡାକ ନାମ ଫରେନ୍) (୧୦) । ମିଳିଥିବା ସୂଚନା ଅନୁସାରେ ଆଜି ଦିନ ପ୍ରାୟ ୧୨ ଟା ସମୟରେ ବାସୁବୁ ଗ୍ରାମ ପୋଖରୀ କୁ ଗାଧୋଇବା ପାଇଁ ଯାଇ ପାଣି ରେ ବୁଡି ଯାଇଥିଲା ।

ଦୀର୍ଘ ସମୟ ଧରି ଘରକୁ ନ ଫେରିବାରୁ ଘର ଲୋକେ ଖୋଜାଖୋଜି କରି ପୋଖରୀ ରୁ ବାସୁବୁ ଙ୍କୁ ଉଦ୍ଧାର କରିଥିଲେ । ହେଲେ ସେତେବେଳକୁ ବାସୁବୁ ଙ୍କ ମୃତ୍ୟୁ ଘଟିସାରିଥିଲା। ଖବର ପାଇ ରିମୁଳି ଫାଣ୍ଡି ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ କୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।