୧୫ ବର୍ଷରୁ କମ୍ ସିଏମ ଟ୍ରଫି – ୨୦୨୫, ବରଗଡ ଏଫସି ଚାମ୍ପିଆନ

ବରଗଡ (ଶ୍ରୀକ୍ଷେତ୍ର ନ୍ୟୁ୍ଜ଼ ବ୍ୟୁରୋ) : ୧୫ ବର୍ଷରୁ କମ୍ ସିଏମ ଟ୍ରଫି – ୨୦୨୫ ଫୁଟବଲ ପ୍ରତିଯୋଗିତା ରାଉରକେଲାସ୍ଥିତ ବିର୍ସା ମୁଣ୍ଡା ଷ୍ଟାଡିୟମଠାରେ ରବିବାର ଆୟୋଜିତ ଫାଇନାଲରେ ବରଗଡ ଏଫସି ପ୍ରତିପକ୍ଷ ଭୁବନେଶ୍ୱରକୁ ୩-୨ ଗୋଲ ବ୍ୟବଧାନରେ ପରାସ୍ତ କରି ଚାମ୍ପିଆନ ହୋଇଥିଲା । କ୍ରୀଡା ଓ ଯୁବ ସେବା ବିଭାଗ ଏବଂ ଫୁଟବଲ୍ ଆସୋସିଏସନ୍ ଅଫ୍ ଓଡ଼ିଶାର ମିଳିତ ଆନୁକୂଲ୍ୟରେ ଆୟୋଜିତ ହୋଇଥିଲା। ମ୍ୟାଚର ସିଧାପ୍ରସାରଣ ଫାଓର ୟୁଟ୍ୟୁବ ଚ୍ୟାନେଲ କରିଥିଲା।

ବରଗଡ ଏଫସିର ସଫଳତା ପାଇଁ ବରଗଡ଼ ଜିଲାପାଳ ଆଦିତ୍ୟ ଗୋୟଲଙ୍କ ଅଧ୍ୟକ୍ଷତାରେ ଜିଲାସ୍ତରରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲା କ୍ରୀଡ଼ା ଅଧିକାରୀ ଅଜୟ କୁମାର ପଟ୍ଟନାୟକ, ଜିଲା ଏଥଲେଟିକ୍ ଅସୋସିଏସନ୍ର ଉପାଧ୍ୟକ୍ଷ ଯୁଗଳ ପ୍ରସାଦ ସିଂହ, ସାଧାରଣ ସମ୍ପାଦକ କିଶୋର କୁମାର ମିଶ୍ର, ଏଫଏଓର ଉପାଧ୍ୟକ୍ଷ ରବି ପଣ୍ଡା, ଏଥଲେଟିକ୍ ସେକ୍ରେଟାରୀ ହରଦୀପ୍ ସିଂହ, ଫୁଟବଲ୍ ସେକ୍ରେଟାରୀ ଏସ. କେ ସବଦର, ଡ଼ଃ ସୁଭ୍ରାଂଶୁ ଶେଖର ମହାପାତ୍ର, କ୍ରିକେଟ୍ ସେକ୍ରେଟାରୀ ଅମିୟ ଭୂଷଣ ସାହୁ, ଆଉଟଡୋର ଗେମ୍ସ ସେକ୍ରେଟାରୀ ସୁରେଶ ଦାଶ, ଓ ପରିଷଦ ସଦସ୍ୟ ପ୍ରଦୀପ ସାହୁ ଓ ମହେନ୍ଦ୍ର ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

ବରଗଡ଼ ଦଳକୁ ସୌରଭ କୁମାର ଭୋଇ କ୍ୟାପଟେନ୍ ଭାବେ ନେତୃତ୍ୱ ଦେଇଥିଲେ। ଦଳଟି ମୁଖ୍ୟ କୋଚ୍ ରମକାନ୍ତ ଦାଶ ଓ ସହକାରୀ କୋଚ୍ ଟିକେଶ୍ୱର ଖର୍ସେଲଙ୍କ ନିର୍ଦ୍ଦେଶନା ଅନୁସାରେ ୨୫ ଜଣ ଖେଳାଳି ସହିତ ଏହି ମହତ୍ତ୍ୱପୂର୍ଣ୍ଣ ଅଭିଯାନରେ ଅଂଶଗ୍ରହଣ କରିଥିଲେ । ଏହି ବିଜୟ ବରଗଡ଼ ଜିଲା ପାଇଁ ଏକ ଗର୍ବର ବିଷୟ ହେବା ସହିତ ଓଡ଼ିଶା ରାଜ୍ୟ ସରକାରଙ୍କ ‘ଖେଳ ବିକାଶ ଭିଜନ୍ ୨୦୨୯’ର ଲକ୍ଷ୍ୟ ପ୍ରତି ସାର୍ଥକ ପଦକ୍ଷେପ ଅତୁଟ ରହିଛି ବୋଲି ଜିଲାପାଳ ମତ ରଖିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!