ସୁବର୍ଣ୍ଣପୁରର ସମସ୍ତ ଜଗନ୍ନାଥ ମନ୍ଦିର ଠାରେ ଦେବସ୍ନାନ ପୂର୍ଣ୍ଣିମା ଉତ୍ସବ ପାଳନ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣପୁର ସହରରେ ମହାପ୍ରଭୁ ଶ୍ରୀ ବଡ ଜଗନ୍ନାଥ , ଶ୍ରୀ ଦଧି ବାମନ ଓ ଶ୍ରୀ ବୃନ୍ଦାବନ ବିହାରୀ ମନ୍ଦିର ଠାରେ ପବିତ୍ର ଜ୍ୟେଷ୍ଠ ପୂର୍ଣ୍ଣିମା ତଥା ଦେବସ୍ନାନ ପୂର୍ଣ୍ଣିମା ଅବସରରେ ନିର୍ଦ୍ଧାରିତ ରୀତିନୀତି ଅନୁସାରେ ମହାପ୍ରଭୁ ଙ୍କ ର ମହା ଦିବ୍ୟ ସ୍ନାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ସକାଳ ୫ ଟା ରେ ମଙ୍ଗଳ ଆଳତୀ, ସୂର୍ଯ୍ୟ ପୂଜା, ଦ୍ଵାରପାଳ ପୂଜା ପରେ ଖେଚୁଡ଼ି ଭୋଗ ଅର୍ପଣ କରାଯାଇଥିଲା। ତାପରେ ଚତୁର୍ଦ୍ଧା ଦାରୁବିଗ୍ରହ ଙ୍କୁ ରତ୍ନ ସିଂହାସନ ରୁ ଅବତରଣ କରାଯାଇଥିଲା। ସକାଳ ୮ ଟା ରେ ମଙ୍ଗଳାର୍ପଣ ଓ ବେଶ କରାଯାଇଥିଲା। ତାପରେ ଶ୍ରୀଜୀଉ ମାନଙ୍କୁ ଧାଡ଼ି ପହଣ୍ଡି ରେ ସ୍ନାନ ବେଦୀ କୁ ବିଜେ କରାଯାଇଥିଲା।

ପବିତ୍ର ଜଳ କୁ ଚନ୍ଦନ, ଅଗୁରୁ, କର୍ପୁର , କେଶର ଆଦି ଦିବ୍ୟ ସୁବାସିତ ପଦାର୍ଥ ଦେଇ ମନ୍ତ୍ରପୂତ କରାଯାଇଥିଲା। ଓ ଦେବ ସ୍ନାନ କରା ଯାଇଥିଲା lତାପରେ ଶ୍ରୀଜୀଉ ମାନଙ୍କର ଦିବ୍ୟ ଗଜାନନ ବେଶ ଅନୁଷ୍ଠିତ ହୋଇଥିଲା ଓ ଭୋଗ, ଆଳତୀ ପୂଜାର୍ଚ୍ଚନା ପରେ ଏହି ଦିବ୍ୟ ଦୁର୍ଲଭ ବେଶ କୁ ଭକ୍ତ ମାନେ ଦର୍ଶନ କରିଥିଲେ। ତାପରେ ଶ୍ରୀଜୀଉ ମାନଙ୍କର ଅଣସର ବିଜେ କରାଯାଇଥିଲା। ପ୍ରକାଶ ଥାଉ କି ଆଜି ଠାରୁ ମହାପ୍ରଭୁ ଙ୍କ ଶ୍ରୀମୁଖ ଦର୍ଶନ ନିଷେଧ ଅଛି।

ଏହି କାର୍ଯ୍ୟକ୍ରମ ରେ ଶ୍ରୀ ଜଗନ୍ନାଥ ମନ୍ଦିର ଠାରେ ପୂଜକ ରାମ ଗୋପାଳ ପୁଝାରୀ, , ରାଜା ପୁଝାରୀ, ବାଲାଜୀ ତରାସିଆ, ରାମ ଶଙ୍କର ଭୋଇ, ବୈକୁଣ୍ଠ ଶତପଥି, ଜୟ ପ୍ରକାଶ ମିଶ୍ର, ରାଜ କିଶୋର ତ୍ରୀପାଠୀ , ଶ୍ରୀ ଦଧି ବାମନ ମନ୍ଦିର ଠାରେ ପୂଜକ ଦେବେସ ମିଶ୍ର, ସେବାୟତ ଶ୍ରୀବତ୍ସ ମଲ୍ଲିକ, ସାରଦା ମିଶ୍ର, କଲ୍ୟାଣ ପାଢ଼ୀ, ଶିବ ସରାଫ, ପ୍ରଦୀପ ବକ୍ସି, ଅଶୋକ ପୂଝାରୀ, ଦଧି ବାମନ ପୁଝାରୀ, ହରି ପଟ୍ଟନାୟକ, କାର୍ତ୍ତିକ ପଧାନ, ତାରା ଶଙ୍କର ସାହୁ ଓ ବୃନ୍ଦାବନ ବିହାରୀ ମନ୍ଦିର ଠାରେ ପଣ୍ତିତ ରାଜେନ୍ଦ୍ର କୁମାର ମହାପାତ୍ର, ପଣ୍ତିତ ପୀତବାସ ମିଶ୍ର, ଶ୍ରୀତମ ମହାପାତ୍ର, ମିକୁ ମିଶ୍ର, କୃପାନିଧି ରାୟ ଗୁରୁ, ଶ୍ୟାସୁନ୍ଦର ଶର୍ମା, କୁନା ନାଏକ ପ୍ରମୁଖ ଏ ଅଞ୍ଚଳ ର ଭକ୍ତ ମାନେ ସହଯୋଗ କରିଥିଲେ lରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave a Reply

Your email address will not be published. Required fields are marked *

error: Content is protected !!
Powered by Joinchat