ନାବାଳିକା କୁ ଦୁଷ୍କର୍ମ: ଯୁବକ ଗିରଫ !

କେନ୍ଦୁଝର/ଚମ୍ପୁଆ ( ପ୍ରଦୀପ ମହାନ୍ତ ):ଚମ୍ପୁଆ ଥାନା ଅଞ୍ଚଳ ର ଜଣେ ନାବାଳିକା କୁ ଦୁଷ୍କର୍ମ କରି ଗର୍ଭବତୀ କରିବା ମାମଲା ରେ ଜଣେ ଯୁବକ କୁ ଚମ୍ପୁଆ ପୁଲିସ୍ ଗିରଫ କରିଥିବା ସୂଚନା ମିଳିଛି । ଅଭିଯୋଗ ଅନୁସାରେ କୋଦଗାଡିଆ ଅଞ୍ଚଳ ର ଜନୈକା ୧୫ ବର୍ଷିଆ ଆଦିବାସୀ ନାବାଳିକା କୁ ସେହି ଅଞ୍ଚଳ ର ରାଜକିଶୋର ଚାତାର (୨୦) ନାମକ ଜଣେ ଯୁବକ ଡରାଇ ଧମକାଇ ବଳପୂର୍ବକ ଶାରୀରିକ ସଂପର୍କ ରଖିବା ପରେ ନାବାଳିକା ଜଣକ ଗର୍ଭବତୀ ହୋଇଥିବା ନେଇ ଚମ୍ପୁଆ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ କୁ ଆଧାର କରି ଚମ୍ପୁଆ ପୁଲିସ ଥାନା କେସ ନଂ ୧୫୪/୨୫ ରେ ଏକ ମାମଲା ରୁଜୁ କରି ପୋକ୍ସୋ ଆଇନ୍ ର ଅଧିନିୟମ ୬ ସହିତ ଭାରତୀୟ ନ୍ୟାୟ ସଂହତା ର ଧାରା ୬୪(୨), ୬୫(୧) ଓ ୩୫୧(୨) ଅନୁସାରେ ସମ୍ପୃକ୍ତ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ନେଇ ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *

error: Content is protected !!