ସୁବର୍ଣ୍ଣପୁର ଠାରେ ପଞ୍ଚାୟତରାଜ ମନ୍ତ୍ରୀଙ୍କ ଦ୍ଵାରା ସ୍ବାସ୍ଥ୍ୟ ଚିକିତ୍ସା ଶିବିର ପରିଦର୍ଶନ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣପୁର ପୌରାଞ୍ଚଳ ଅଧିନସ୍ଥ ୱାର୍ଡ ନ ୬ ତରିଆପଡା ଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣରେ ରେ ସହରାଞ୍ଚଳ ସ୍ୱାସ୍ଥ୍ୟ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ସୋନପୁର ଆନୁକୂଲ୍ୟରେ ଅପରାହ୍ନ ୩ ଟା ରୁ ୭ ଟା ପର୍ଯ୍ୟନ୍ତ ଏକ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଟିତ ହୋଇଥିଲା l ସ୍ୱାସ୍ଥ୍ୟ ସେବା ଶିବିର ରେ ଅନୁଷ୍ଠିତ ସଭା ରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା .ପ୍ରଦୀପ କୁମାର ଗୁରୁଙ୍କ ସଭାପତିତ୍ୱ ରେ ସଭା ଅନୁଷ୍ଠିତ ହୋଇଥିଲା l ଏଥିରେ ଓଡିଶା ସରକାର ଙ୍କ ପଂଚାୟତିରାଜ ମନ୍ତ୍ରୀ ଶ୍ରୀଯୁକ୍ତ ରବିନାରାୟଣ ନାଏକ ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ରହି ଓଡିଶା ସରକାର ଙ୍କ ଜନହିତକର କାର୍ଯ୍ୟ ଉପରେ ଆଲୋପାତ କରିଥିଲେ ଓ ବୃଦ୍ଧ ଓ ବୃଦ୍ଧା ମାନଙ୍କ ର ପ୍ରଚଳିତ ସ୍ୱାସ୍ଥ୍ୟ ବୀମା ଯୋଜନା ଵୟୋବନ୍ଦନା ଯୋଜନା ର କାର୍ଡ ସବୁ ବଣ୍ଟନ କରିଥିଲେ ଓ ସ୍ବାସ୍ଥ୍ୟ ଚିକିତ୍ସା ଶିବିର କୁ ତଦାରଖ କରିଥିଲେ l

ଅନ୍ୟ ମାନଙ୍କ ମଧ୍ୟରେ ବୀରମହାରାଜପୁର ବିଧାୟକ ଶ୍ରୀଯୁକ୍ତ ରଘୁନାଥ ଜଗଦଲା, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ରୋଗ ନିୟନ୍ତ୍ରଣ ଡା ରମେଶ ଚନ୍ଦ୍ର ସ୍ୱାଇଁ,ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା ପଦ୍ମହଂସା ଦୋରା ଭେଷଜ ବିଶେଷଜ୍ଞ ଡା. ଜିତାରାମ ବିଦ, ଡା ପ୍ରସନ୍ନ ମିଶ୍ର, ଦାନ୍ତରୋଗ ବିଶେଷଜ୍ଞ ଡା. ସତ୍ୟନାରାୟଣ ପଣ୍ଡା, ଡା ବସୁମତୀ ଚୌଧୁରୀ, ଡି ପି ଏମ ଶ୍ରୀଯୁକ୍ତ ରୂପକ କୁମାର ମହାପାତ୍ର ଏପିଡେମିଓଲୋଜିଷ୍ଟ ଲୋପାମୁଦ୍ରା ମହାନ୍ତି ,ଏମ ଏଲ ଏ ଆଇ ଏସ ଶୋଭନା ଦାଶ, ସ୍ୱାସ୍ଥ୍ୟ ପରିଦର୍ଶକ ପ୍ରମୋଦ କୁମାର ସାହୁ ,ଡିଇଓ ଆଇ ଡି ଏସ ପି ନାରାୟଣ ରଥ, ଏ ଏମ ଆଶା ତରଣୀସେନ ପଧାନ ମାନସିକ ରୋଗ ବିଭାଗ ର ଅନୁପ ଦାଶ,ଡି ଏଲ ସି ଶ୍ରୀ ପଣ୍ଡା ଅନ୍ୟାନ୍ୟ ସ୍ୱାସ୍ଥ୍ୟ ବିଭାଗ ର କର୍ମଚାରୀ, ସ୍ୱାସ୍ଥ୍ୟ କର୍ମୀ ମହିଳା ଆଶା କର୍ମୀ, ଅଙ୍ଗନୱାଡି କର୍ମୀ ମାସ ମେମ୍ବର,ସ୍ଥାନୀୟ କାଉନସିଲର ସବୁ ଏହି ଶିବିର ରେ ଉପସ୍ଥିତ ଥିଲେ. I

ଏହି ଶିବିର ରେ ପ୍ରାୟ ୧୦୦ ଜଣ ରୋଗୀଙ୍କର ଚିକିତ୍ସା ହୋଇଥିଲା l ମାନସିକ ରୋଗ, ଅଣ ସଂକ୍ରlମକ ରୋଗ ତଥା ସିକିଲ ସେଲ ରୋଗ ର ଚିକିତ୍ସା କରାଯାଇଥିଲl. I ଏଥିରେ ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର ର ସମସ୍ତ କର୍ମଚାରୀ ସ୍ୱାସ୍ଥ୍ୟ ସେବା ଯୋଗାଇଦେଇଥିଲେ l ନାଇକେନପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଆର ବି ଏସ କେ ଟିମ ର ଡାକ୍ତର ଓ ତାଙ୍କର କର୍ମଚାରୀ ସବୁ ଏହି ଶିବିର ରେ ଅଂଶ ଗ୍ରହଣ କରିଥିଲେ lରିପୋର୍ଟ – ଶାନ୍ତନୁ କୁମାର କର୍ଣ୍ଣ

Leave a Reply

Your email address will not be published. Required fields are marked *

error: Content is protected !!