କର୍ଣ୍ଣାଟକର ବିଶ୍ୱ ପର୍ଯ୍ୟଟନସ୍ଥଳୀ ହାମ୍ପିରେ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ପାଳିତ

ହୋସାପେଟେ (ଶ୍ରୀକ୍ଷେତ୍ର ନ୍ୟୁ୍ଜ଼ ବ୍ୟୁରୋ) : କର୍ଣ୍ଣାଟକର ହୋସାପେଟେ ଜିଲ୍ଲାର ଐତିହାସିକ ବିଶ୍ୱ ପର୍ଯ୍ୟଟନସ୍ଥଳୀ ହାମ୍ପି ରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଠାକୁରଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଯାଇଛି। ସକାଳ ନୀତିକ୍ରାନ୍ତି ପରେ ୯ଟା ୩୦ ବେଳେ ପହଣ୍ଡି କରାଯାଇ ସ୍ନାନମଣ୍ଡପରେ ତିନି ଠାକୁର ବିଜେ ହୋଇଥିଲେ। ସର୍ବପ୍ରଥମେ ତିନିଠାକୁର ବିଧିମୁତାବକ ପୂଜା, କର୍ମକାଣ୍ଡ ଓ ହୋମ ହୋଇଥିଲା। ଦେବ ମୁହୁର୍ତ୍ତରେ କଳାସାଆନ୍ତେଙ୍କ ଦେବସ୍ନାନ ନୀତି ପାଳନ ଅନୁଷ୍ଠିତ ହୋଇଥିଲା।

ଅପରାହ୍ଣ ୧୨ଟା ୩୦ ମିନିଟରେ ତିନିଠାକୁରଙ୍କର ସ୍ନାନ କରାଯାଇଥିଲା। ସ୍ନାନ ନୀତି ଓ ଅବକାଶ ନୀତି ପରେ ଦିନ ତମାମ ମହାପ୍ରଭୁମାନେ ସ୍ନାନମଣ୍ଡପରେ ରହି ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ।ସନ୍ଧ୍ୟାରେ ଭକ୍ତମାନଙ୍କୁ ଶ୍ରୀ ଠାକୁର ଗଜାନନ ବେଶରେ ଦର୍ଶନ ଦେଇଥିଲେ। ଅଧିବାସ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ। ଶ୍ରୀ ଠାକୁର ଅଣସର ଘରେ ବନ୍ଦ ରହିବେ ଓ ସେଠାରେ ହିଁ ତାଙ୍କର ନୀତିକ୍ରାନ୍ତି ହେବ। ସ୍ନାନଯାତ୍ରା ପରେ ସଂନ୍ଧ୍ୟା ସମୟରେ ଗଜାନନ ବେଶ ଦେଖିବାପାଇଁ ଭକ୍ତମାନଙ୍କର ଭିଡ ଜମିଥିଲା।

Leave a Reply

Your email address will not be published. Required fields are marked *

error: Content is protected !!