ବୁଗୁଡ଼ା ଅଞ୍ଚଳରେ ନିଶା ନିବାରଣ ସଚେତନତା ରଥ ପରିକ୍ରମା

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ସ୍ଥାନୀୟ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ମାଦକ ତଥା ନିଶାଦ୍ରବ୍ୟ ବ୍ଯବହାରର କୁପରିଣାମ ବିଷୟରେ ଜନ ସଚେତନତା ସୃଷ୍ଟି କରିବା ସହ ଅପମିଶ୍ରିତ, ବିଷାକ୍ତ ଏବଂ ଚୋରାମଦ କାରବାରକୁ ସମ୍ପୂର୍ଣ୍ଣ ରୋକିବା ଲାଗି ସଚେତନତା ରଥ ପରିକ୍ରମା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ତହସିଲଦାର ତାପସ ରାଉତ ସବୁଜ ପତାକା ଦେଖାଇ ଏହି ନିଶା ନିବାରଣ ସଚେତନତା ରଥ ପରିକ୍ରମା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ସଚେତନତା ରଥ ବୁଗୁଡା ଏନ୍ଏସି ସମେତ ବ୍ଲକର ବିଭିନ୍ନ ପଞ୍ଚାୟତ ପରିକ୍ରମା କରି ନିଶା ନିବାରଣ ନିମନ୍ତେ ଜନ ସଚେତନତା ସୃଷ୍ଟି କରିଥିଲା। ରଥ ପରିକ୍ରମା ଅବସରରେ ଡାକବାଜି ଯନ୍ତ୍ର ମାଧ୍ୟମରେ ନିଶା ଦ୍ରବ୍ଯ ସେବନଠୁ ଦୂରେଇ ରହିବା ନିମନ୍ତେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା। ସ୍ଥାନୀୟ ଅବକାରୀ ଅଧିକାରୀ ଜ୍ଯୋତି ରଞ୍ଜନ ସେନାପତିଙ୍କ ତତ୍ତ୍ବାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ବିଭାଗୀୟ କର୍ମଚାରୀମାନେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!