ନାଲକୋ ପ୍ରଶାସନିକ ଭବନ ସମ୍ମୁଖରେ ଆଲୁମିନିୟମ ମଜ଼ଦୂର ସଂଘର ବିଶାଳ ଗଣବିକ୍ଷୋଭ

ଅନୁଗୋଳ (ଅଜିତ କୁମାର ଭୋଇ) : ନାଲକୋ ପ୍ରଶାସନର ସ୍ଥାଣୁତା, ମନମୁଖୀ ଶାସନ, ବୈମାତୃକ ମନୋଭାବ ଏବଂ ଶ୍ରମିକ ଙ୍କ ମୌଳିକ ସମସ୍ୟା କୁ ଅଣଦେଖା କୁ ଦୃଷ୍ଟିରେ ରେ ରଖି ବିଭିନ୍ନ ଦାବି ନେଇ ନାଲକୋର ସର୍ବବୃହତ ଓ ଅଗ୍ରଣୀ ଶ୍ରମିକ ସଙ୍ଗଠନ ଆଲୁମିନିୟମ ମଜ଼ଦୂର ସଂଘ ତରଫରୁ ଶୁକ୍ରବାର ଦିନ ପୂର୍ବାହ୍ନରେ ନାଲକୋ ପ୍ରଶାସନିକ ଭବନ ସମ୍ମୁଖରେ ଦୁଇ ଶହ ରୁ ଉର୍ଦ୍ଧ୍ୱ କର୍ମଚାରୀ ଙ୍କୁ ନେଇ ଏକ ବିଶାଳ ଗଣ ବିକ୍ଷୋଭ କରାଯାଇଥିଲା । ପରବର୍ତ୍ତୀ ପର୍ଯ୍ୟାୟ ରେ ସଙ୍ଗଠନର ସମସ୍ତ ଦାବି କୁ ହୃଦୟଙ୍ଗମ କରି ନାଲକୋର ଉଚ୍ଚ କର୍ତ୍ତୃପକ୍ଷ ଏ.ଏମ.ଏସ ୟୁନିଅନ ସହିତ ଏକ ସ୍ୱତନ୍ତ୍ର ବୈଠକ ହୋଥିଲା ।

ଉକ୍ତ ବୈଠକରେ ନାଲକୋ ପ୍ରଶାସନ ତରଫରୁ ଏସ ଆଣ୍ଡ ପି କମ୍ପ୍ଲେକ୍ସ ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ସୁବ୍ରମଣ୍ୟମ ନେରାଲା, ସ୍ମେଲଟର ପ୍ଲାଣ୍ଟର ସମୂହ ମହା ପ୍ରବନ୍ଧକ ଶ୍ରୀ ସଚ୍ଚିଦାନନ୍ଦ ଜେନା, ମାନବ ସମ୍ବଳ ସମୂହ ମହା ପ୍ରବନ୍ଧକ ଶ୍ରୀ ଶୁଭେନ୍ଦୁ ନାୟକ ଓ ମହା ପ୍ରବନ୍ଧକ ଶ୍ରୀ ବିନୟ ଠାକୁର ଙ୍କ ସହିତ ଏ.ଏମ୍.ଏସ ୟୁନିଅନ ତରଫରୁ ସଭାପତି ଶ୍ରୀ ମୁନା ସାମଲ, ସାଧାରଣ ସମ୍ପାଦକ ଶ୍ରୀ ଗୋପାଳ କୃଷ୍ଣ ମଲିକ, ଉପଦେଷ୍ଠା ଶ୍ରୀ ସଚ୍ଚିଦାନନ୍ଦ ଗଡ଼ନାୟକ ଙ୍କ ସମେତ ଶତାଧିକ କର୍ମଚାରୀ ଭାଗ ନେଇଥିଲେ ।

ତୁରନ୍ତ କ୍ୱାର୍ଟର ଆବଣ୍ଟନ, ସୁଇମିଙ୍ଗ ପୁଲ ର ତୁରନ୍ତ କାର୍ଯ୍ୟକ୍ଷମ, ନାଲକୋ ମେଡିକାଲ ର ମୌଳିକ ସମସ୍ୟା, ଅନାଅଫିସର ନିଯୁକ୍ତି କୁ ତ୍ୱରାନ୍ୱିତ, ସ୍ମେଲଟର ପ୍ଲାଣ୍ଟ ରେ ସ୍ୱୀକୃତିପ୍ରାପ୍ତ ଶ୍ରମିକ ସଙ୍ଗଠନ ନିର୍ବାଚନ, ପାରିପାର୍ଶ୍ବିକ ଗ୍ରାମ ଗୁଡିକୁ ପାନୀୟ ଜଳ ଯୋଗାଣ, ପାଞ୍ଚ ବର୍ଷ ଧରି ବକେୟା ଥିବା ୟୁନିଫର୍ମ, ଅନୁଗୁଳ କଲେଜ ଗୁଡିକ ବସ ସେବା, ଏନ ଏଚ ୫୫ ରେ ସୁରକ୍ଷା ବ୍ୟବସ୍ଥା, ନାଲକୋ ମେଡିକାଲ ଛକରୁ କୂକୂଡାଙ୍ଗ ଗ୍ରାମ ପର୍ଯ୍ୟନ୍ତ ରାସ୍ତାର ମରାମତି ଓ ପ୍ରଶସ୍ତୀକରଣ, ନାଲକୋ ଦିଲ୍ଲୀ ପବ୍ଲିକ ସ୍କୁଲ ଓ ସରସ୍ବତୀ ଶିଶୁ ମନ୍ଦିର ବିଦ୍ୟାଳୟ ର ସ୍ଥାୟୀ ଶିକ୍ଷକ ନିଯୁକ୍ତି ସହିତ ପେରେଣ୍ଟ ଟିଚର ଆସୋସିଏସନ ର ଗଠନ ଭଳି ଅନେକ ସମସ୍ୟା ଆଲୋଚନା ହେଇଥିଲା I

ସମସ୍ତ ସମସ୍ୟାର ମୁଳୋତ୍ପାଟନ କରିବା ନିମନ୍ତେ ନାଲକୋ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେବା ସହିତ ସମସ୍ତ ସମସ୍ୟାର ସମାଧାନ ନିମନ୍ତେ ଏକ ଧାର୍ଯ୍ୟ ସୀମା ନିର୍ଦ୍ଧାରଣ କରିଥିଲେ ।ଯେତେବେଳ ବି ଶ୍ରମିକ ତଥା ପ୍ଲାଣ୍ଟ ର ସମସ୍ୟା ସୃଷ୍ଠି ହୁଏ ସବୁବେଳେ ଆଲୁମିନିୟମ ମଜ଼ଦୂର ସଂଘ ପର୍ବତ ଭଳି ଠିଆ ହୁଏ ସେଥିପାଇଁ ବିଭିନ୍ନ ବୁଦ୍ଧିଜୀବୀ ମହଲ ରୁ ଏ.ଏମ.ଏସ ସଙ୍ଗଠନ କୁ ଭୁରି ଭୁରି ପ୍ରଶଂସା କରିବା ସହ ନାଲକୋ ର ବିକାଶ ପାଇଁ ଆଲୁମିନିୟମ ମଜ଼ଦୂର ସଙ୍ଘ ଏକମାତ୍ର ଅଗ୍ରଣୀ ସଙ୍ଗଠନ ବୋଲି ଯୁକ୍ତି ବାଢ଼ିଛନ୍ତି ।ଅନୁଗୋଳ ରୁ ଅଜିତ୍ କୁମାର ଭୋଇ

Leave a Reply

Your email address will not be published. Required fields are marked *

error: Content is protected !!