ସର୍ବ ଭାରତୀୟ ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହେଲେ ସୋନପୁରର କେ. ସ୍ନେହା

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ) : ସର୍ବ ଭାରତୀୟ ସ୍ତରରେ ନିଟ ପରୀକ୍ଷା ରେଜଲ୍ଟ ରେ ସୁବର୍ଣ୍ଣପୁର ସହର ଢେରାପଡ଼ା ର ଛାତ୍ରୀ କେ ସ୍ନେହା କୃତକାର୍ଯ୍ୟ ହୋଇଛନ୍ତି। ସୁଶ୍ରୀ ସ୍ନେହା ସର୍ବ ଭାରତୀୟ ସ୍ତରରେ ୧୫୦୦୦ ନମ୍ବର ରେଙ୍କ୍ ରଖି ସହର ତଥା ଜିଲ୍ଲା ର ଗୌରବ ବଢାଇ ଥିବା ବେଳେ ସେ ସମୁଦାୟ ୭୨୦ ମାର୍କ ରୁ ୫୪୩ ମାର୍କ ରଖି ଏହି କୃତିତ୍ୱ ହାସଲ କରିଛନ୍ତି l ମା ସୁରେଶ୍ଵରୀ,ମା ବୁଢୀମା ଙ୍କ ଆଶୀର୍ବାଦ ସହ ଅଜା ଆଇ, ବାପା ମାଆ ଓ ଗୁରୁଜନ ଙ୍କ ପ୍ରେରଣା ରେ ଏହି ସଫଳତା ହାସଲ କରିଥିବା କହିଛନ୍ତି କେ. ସ୍ନେହା l

ସୋନପୁର ଢେରାପଡ଼ା ୭ ନମ୍ବର ୱାର୍ଡ ର ପ୍ରାକ୍ତନ କାଉନସିଲର ତଥା ଯୁବ ନେତା ଜନ୍ମେଜୟ ପାତ୍ର ଓ ପୂର୍ଣ୍ଣିମା ପାତ୍ରଙ୍କ ଏକ ମାତ୍ର ସୁକନ୍ୟା ଅଟନ୍ତି ନୀଟ ସଫଳ ଛାତ୍ରୀ କେ ସ୍ନେହା l ପ୍ରକାଶ ଥାଉ କି ଯେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ର ଦ୍ଵାଦଶ ପରୀକ୍ଷା ରେ ୯୬.୮% ମାର୍କ ରଖି କେ. ସ୍ନେହା ରାଜ୍ୟ ଟପ୍ପର ହୋଇ ସ୍ଵତନ୍ତ୍ର ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ଠାରୁ ସଂବର୍ଦ୍ଧିତ ହୋଇଥିଲେ l ତାଙ୍କର ଏହି କୃତିତ୍ବ ଯୋଗୁଁ ତାଙ୍କୁ ଗତବର୍ଷ ବ୍ଲକଛକ ଦୁର୍ଗାପୂଜା କମିଟି ସୁବର୍ଣ୍ଣପୁର ତରଫରୁ ମଧ୍ୟ ସାଂସ୍କୃତିକ ମଞ୍ଚରେ ସଂବର୍ଦ୍ଧନା ଦିଆଯାଇଥିଲା। ଆକାଶ ନିଟ କୋଚିଂ ସେଣ୍ଟର ଭୁବନେଶ୍ୱର ରେ ସେ ପ୍ରଥମ ଥର କୋଚିଂ ନେଇ ଏ ସଫଳତା ହାସଲ କରିଥିବା ଜଣା ଯାଇଛି lରିପୋର୍ଟ – ଶାନ୍ତନୁ କଜମ କର୍ଣ୍ଣ

Leave a Reply

Your email address will not be published. Required fields are marked *

error: Content is protected !!