ଜିଲ୍ଲାସ୍ତରୀୟ ବିକାଶ ମେଳା -୨୦୨୫ ର ତୃତୀୟ ସନ୍ଧ୍ୟା

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ଓଡିଶା ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ “ବର୍ଷ ଏକ ଉପଲବ୍ଧି ଅନେକ” ଶୀର୍ଷକ ଜିଲ୍ଲାସ୍ତରୀୟ ବିକାଶ ମେଳା – ୨୦୨୫ ସୁବର୍ଣ୍ଣପୁରର ରୟାଲ ପଡ଼ିଆଠାରେ ଗତ ୧୨ ତାରିଖରେ ଉଦଘାଟିତ ହୋଇଯାଇଛି । ବିକଶିତ ଓଡ଼ିଶାର ସଂକଳ୍ପ ସହ ରାଜ୍ୟ ସରକାରଙ୍କ ଏକ ବର୍ଷର ବିଭିନ୍ନ ଯୋଜନାର ସଫଳତା ସହ ସରକାରଙ୍କ ଲୋକ ଯୋଜନାର ସଫଳତାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଆୟୋଜିତ ହୋଇଥିବା ଏହି ବିକାଶ ମେଳାର ତୃତୀୟ ସନ୍ଧ୍ୟା ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସୁପାର ଠେଲା ମୁଖ୍ୟ ଅତିଥି, ଜିଲ୍ଲା ପରିଷଦ ଉପାଧକ୍ଷ୍ୟ ଝସକେତନ ବଘାର ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଜିଲ୍ଲାର ବିକାଶରେ ସମସ୍ତଙ୍କ ଯୋଗଦାନ ପାଇଁ ଆହ୍ୱାନ କରିଥିଲେ ।

ଅନ୍ୟତମ ଅତିଥି ଅତିଥିଭାବରେ ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରବୀର କୁମାର ସାମଲ, ଆଞ୍ଚଳିକ ଶ୍ରମ ଆୟୁକ୍ତ ଡିଲେଶ୍ୱର ଖାଖା, ଜିଲ୍ଲା କର୍ମ ନିୟୋଜନ ଅଧିକାରୀ ସଞ୍ଜୁ ସାହୁ, ଜିଲ୍ଲା ପରିବହନ ବିଭାଗ ଏମ ଭି ଆଇ ପ୍ରମୁଖ ଯୋଗଦାନ କରି ବିଭାଗୀୟ ଜନକଲ୍ୟାଣ କାର୍ଯ୍ୟକ୍ରମର କାର୍ଯ୍ୟନ୍ୱୟନ ଓ ଜନସାଧାରଙ୍କ ପାଇଁ ରହିଥିବା ସରକାରଙ୍କ ସୁବିଧା ସୁଯୋଗ ଉପରେ ସୂଚନା ପ୍ରଦାନ କରିଥିଲେ। ଏହି ପରିପ୍ରେକ୍ଷୀରେ ଭିଡିଓ ମାଧ୍ୟମରେ ବିଭିନ୍ନ ସରକାରୀ ଲୋକ ଯୋଜନାର ପ୍ରଦର୍ଶନ କରାଯାଇଥିଲା। ଆଜି ହଜାର ହଜାର ଜନସାଧାରଣ ନିଜ ପରିବାର ସହିତ ମେଳା ପଡିଆରେ ରଜ ପାନ ସହ ଭଳିକି ଭଳି ସୁସ୍ୱାଦୁ ଖାଦ୍ୟ ଖାଇବା ସାଙ୍ଗକୁ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରିଥିଲେ। ୧୨ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ବିକାଶ ମେଳା ଓ ସୁଭଦ୍ରା ଶକ୍ତି ଖାଦ୍ୟ ମହୋତ୍ସବ ଆସନ୍ତା ୧୮ ତାରିଖ ଯାଏଁ ହେବାକୁ ଥିବାବେଳେ ଆଜି ଜିଲ୍ଲାର ୬ଟି ବ୍ଲକ ଅଞ୍ଚଳରେ ଭ୍ରାମ୍ୟମାଣ ବିକାଶ ବାହନ ସଚେତନତା ବାର୍ତ୍ତା ସହ ଗ୍ରାମ୍ୟଞ୍ଚଳ ଜନସାଧାରଙ୍କୁ ସଚେତନ କରୁଛି ।

ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ବିକାଶ ବାର୍ତ୍ତା କୁ ନେଇ ଜିଲ୍ଲା ଅବକାରୀ ବିଭାଗଦ୍ୱାରା ଅନୁଷ୍ଠିତ ଚିତ୍ରାଙ୍କନ ପ୍ରତିଯୋଗିତାର ବରିଷ୍ଠ ଓ କନିଷ୍ଠବର୍ଗରେ କୃତୀ ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା ସେହିପରି ଶ୍ରମ ବିଭାଗ ତରଫରୁ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ମଞ୍ଚରେ ମୁଖ୍ୟଅତିଥି ଓ ଅନ୍ୟାନ୍ୟ ଅତିଥିବୃନ୍ଦ ଆର୍ଥିକ ସହାୟତା ସହ ଅନ୍ୟାନ୍ୟ ସହାୟତା ପ୍ରଦାନ କରିଥିଲେ।ସାତଦିନ ଧରି ଆୟୋଜିତ ଜିଲ୍ଲାସ୍ତରୀୟ ବିକାଶ ମେଳା ପରିସରରେ ୬୨ ଟି ଷ୍ଟଲ ନିର୍ମାଣ ହୋଇଥିବାବେଳେ ବିଭିନ୍ନ ବିଭାଗର ଉନ୍ନୟନ ସାମଗ୍ରୀ,ବିକାଶର ଚିତ୍ର ପ୍ରଦର୍ଶିନ ସହିତ ପାରମ୍ପରିକ ଖାଦ୍ୟ ଷ୍ଟଲ ରହିଛି । ଜିଲ୍ଲା ତଥା ଜିଲ୍ଲାବାହାରର ପ୍ରତିଷ୍ଠିତ କଳାକାରଙ୍କ ଦ୍ବାରା ପରିବେଷିତ ନୃତ୍ୟଗୀତକୁ ହଜାର ହଜାର ଜନସାଧାରଣ ଉପଭୋଗ କରିଥିଲେ ।ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave a Reply

Your email address will not be published. Required fields are marked *

error: Content is protected !!