ଶୁଦ୍ଧିକ୍ରିୟା ପାଇଁ ଅସହାୟ ପରିବାରକୁ ସହାୟତାର ହାତ ବଢାଇଲା ଭରସା ପରିବାର ଟ୍ରଷ୍ଟ

କେନ୍ଦୁଝର/ଚମ୍ପୁଆ (ପ୍ରଦୀପ କୁମାର ମହାନ୍ତ): ଚମ୍ପୁଆ ବ୍ଲକ୍ ଜାମୁଦଲକ ପଞ୍ଚାୟତ ମଙ୍ଗଳପୁର ଗ୍ରାମ ର ତ୍ରିନାଥ ପ୍ରଧାନ ବାଙ୍ଗାଲୋର ରେ ରହି କାମଦାମ କରି ପରିବାର ପ୍ରତିପୋଷଣ କରୁଥିଲେ । ସେଠାରେ ହୃଦାଘାତ ରେ ତାଙ୍କର ଅକାଳ ମୃତ୍ୟୁ ଘଟିବା ପରେ ଜିଲ୍ଲା ପ୍ରଶାସନ ଓ ସ୍ଵେଛାସେବୀ ସଙ୍ଗଠନ ସହାୟତା ରେ ତାଙ୍କର ମୃତଦେହ ଗ୍ରାମ କୁ ଆସିଥିଲା । ତ୍ରିନାଥ ଙ୍କ ପରିବାର ର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନ ଥିବା ବେଳେ ସେ ପରିବାର ର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହୋଇଥିବାରୁ ମୃତ୍ୟୁ ପରେ ତାଙ୍କର ଶୁଦ୍ଧିକ୍ରିୟା କରିବାକୁ ପରିବାର ଲୋକେ ଅସମର୍ଥ ହୋଇପଡିଥିଲେ ।

ଏହି ଘଟଣା ଭରସା ପରିବାରର ସ୍ଥାନୀୟ ସଦସ୍ୟ ଙ୍କ ଦୃଷ୍ଟିଗୋଚର ହେବା ପରେ ଭରସା ପରିବାର ର ଉପଦେଷ୍ଟା ଦୁଷ୍ମନ୍ତ କୁମାର ବେହେରା ଙ୍କ ତତ୍ତ୍ଵାବଧାନ ରେ ସଦସ୍ୟ ରଶ୍ମିରେଖା ମହାକୁଡ଼ , ଶରତ ଖିଲାର, ଦିଲ୍ଲୀପ ମୁଣ୍ଡା, ବାପୁନ୍ ମହାନ୍ତ, ପ୍ରଦୀପ ମୁଣ୍ଡା, ଦୀପକ ନାଏକ, ଅସିତ୍ ମହାକୁଡ଼,କୀର୍ତ୍ତନ ମୁଣ୍ଡା, ବିକାଶ ଓରାମ, ଶିବଚରଣ ଓରାମ, ହରିଚରଣ ଓରାମ ଓ ଦେବାଶିଷ ଗିରି ପ୍ରମୁଖ ମୃତ ତ୍ରିନାଥ ଙ୍କ ମଙ୍ଗଳପୁର ସ୍ଥିତ ଘରେ ପହଞ୍ଚି ତାଙ୍କ ସ୍ତ୍ରୀ ସ୍ନେହଲତା ପ୍ରଧାନ ଙ୍କୁ ଶୁଦ୍ଧିକ୍ରିୟା ପାଇଁ ଆବଶ୍ୟକ ସାମଗ୍ରୀ ସହାୟତା ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!