କେନ୍ଦୁଝର/ଯୋଡ଼ା (ସୀତାରାମ ଦୀକ୍ଷିତ) : ଯୋଡା ସ୍ଥିତ ଟାଟା ଡିଏଭି ସ୍କୁଲରେ କେନ୍ଦୁଝର ଜିଲ୍ଲା ଚେସ ସଂଘ ତରଫରୁ ଏକ ଦିନିକିଆ ଚେସ ପ୍ରଶିକ୍ଷଣ ଓ ସଚେତନତା ଶିବିର ସନ୍ତୋଷଜନକ ଭାବରେ ଅନୁଷ୍ଠିତ ହୋଇଛି। ଜିଲ୍ଲା ଚେସ ସଂଘର ସମ୍ପାଦକ ଅମର ମହାନ୍ତି ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ଶିବିରକୁ ରାଜ୍ୟ ଚେସ ସଂଘ ସଭାପତି ତଥା ବିଜୁ ପଟ୍ଟନାୟକ ଶ୍ରେଷ୍ଠ କୋଚ କ୍ରୀଡା ପୁରସ୍କାରପ୍ରାପ୍ତ ବିଜେତା ସତ୍ୟ ରଞ୍ଜନ ପଟ୍ଟନାୟକ ଏବଂ ଏସ ଆର ଚେସର ବରିଷ୍ଠ ପ୍ରଶିକ୍ଷକ ଅବିନାଶ ଦାସ ଯୋଗ ଦେଇ ପ୍ରଶିକ୍ଷାର୍ଥଙ୍କୁ ଚେସ ଖେଳର ମୌଳିକ ଜ୍ଞାନ ଓ ବିଭିନ୍ନ ପ୍ରକାର କୌଶଳ ବିଷୟରେ ଶିକ୍ଷାଦାନ କରି ପିଲାମାନଙ୍କୁ ଚେସ ଖେଳ ପ୍ରତି ଉତ୍ସାହିତ କରାଇଥିଲେ।
ସ୍ଥାନୀୟ ଅଂଚଳର ୪ଟି ମୁଖ୍ୟ ବିଦ୍ୟାଳୟ ଯଥା ସେଣ୍ଟ ଟେରେସା,ସେଣ୍ଟ ମେରି,ବଡବିଲ ର ଜିନ୍ଦଲ ସ୍କୁଲ ଓ ଟାଟା ଡି ଏ ଭି ର ପ୍ରାୟ ୪୦ ଜଣ ଦକ୍ଷ ପ୍ରଶିକ୍ଷାର୍ଥି ଏଥିରେ ଅଂଶଗ୍ରହଣ କରିଥିଲେ। ଖେଳାଳି ଏବଂ ଅଭିଭାବକମାନେ ଶିବିର ଦେଖି ପ୍ରଶଂସା କରିବା ସହ ଉତ୍ସାହିତ ହୋଇଥିଲେ ଏବଂ ଆଶା କରିଥିଲେ ଯେ ଏହିପରି ଆହୁରି ଅନେକ ଶିବିର ବାରମ୍ବାର ଆୟୋଜନ କରାଯିବା ଆବଶ୍ୟକ। ଟାଟା ଡିଏ ଭି ସ୍କୁଲର ପ୍ରିନ୍ସିପାଲ, ସାଇ ସାର, ସମସ୍ତ କର୍ମଚାରୀଙ୍କ ସହ ପୁରବୀ ଦାସ ଓ ସ୍ଥାନୀୟ ସାମ୍ବାଦିକ ଶାନ୍ତନୁ କୁମାର ଦାଶ
ସହଯୋଗ କରିଥିଲେ।