କେନ୍ଦୁଝର/ଚମ୍ପୁଆ (ପ୍ରଦୀପ କୁମାର ମହାନ୍ତ) : ଆଜି କେନ୍ଦ୍ରୀୟ ଟ୍ରେଡ ୟୁନିୟନ ଡାକାରା ଦେଇଥିବା ବନ୍ଦ ଡାକରା ର ବିଶେଷ ପ୍ରଭାବ ଚମ୍ପୁଆ ଅଞ୍ଚଳ ରେ ପଡ଼ିନାହିଁ । ଆଜି ସକାଳୁ ଟ୍ରେଡ ୟୁନିୟନ ର ହାତଗଣତି କର୍ମକର୍ତ୍ତା ଚମ୍ପୁଆ ରେ ବନ୍ଦ ଡାକରା ଦେଇଥିଲେ ମଧ୍ୟ ବନ୍ଦ ର ବିଶେଷ ପ୍ରଭାବ ପରିଲକ୍ଷିତ ହୋଇ ନ ଥିଲା । ସ୍କୁଲ , କଲେଜ , କୋର୍ଟ କୋଚେରୀ , ବ୍ୟାଙ୍କ , ସରକାରୀ କାର୍ଯ୍ୟାଳୟ , ଦୋକାନ ବଜାର ସବୁ ପ୍ରତିଦିନ ପରି ଖୋଲା ରହିଥିଲା । ଚମ୍ପୁଆ ବସଷ୍ଟାଣ୍ଡ ନିକଟରେ ଟ୍ରେଡ ୟୁନିୟନ ର କର୍ମକର୍ତ୍ତା ମାନେ ଗାଡି ମୋଟର ବନ୍ଦ କରିବାକୁ ଉଦ୍ୟମ କରୁଥିବା ଦେଖିବାକୁ ମିଳିଥିଲା ।
ତେବେ ସାଧାରଣ ଜନତା ଟ୍ରେଡ ୟୁନିୟନ ର ଏପରି କାର୍ଯ୍ୟ କୁ ବିରୋଧ କରିଥିଲେ । ଏହାକୁ ନେଇ ପୋଲିସ ପ୍ରଶାସନ ଟ୍ରେଡ୍ ୟୁନିୟନ କାର୍ଯ୍ୟକର୍ତ୍ତା ଙ୍କୁ କଡା ତାଗିଦ କରିଥିଲେ । ତେବେ ଲଗାଣ ବର୍ଷା ଯୋଗୁଁ ଦୋକାନ ବଜାର ବିଳମ୍ବ ରେ ଖୋଲିଥିବା ବେଳେ ଗତକାଲି ଠାରୁ ଡ଼୍ରାଇଭର ସଂଘ ର ଷ୍ଟିଅରିଂ ଛାଡ ଆନ୍ଦୋଳନ ଯୋଗୁଁ ଯାତ୍ରୀବାହୀ ବସ ଓ ଭାରୀଯାନ ଚଳାଚଳ ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା । ଚମ୍ପୁଆ ନିକଟସ୍ଥ ଜୟନ୍ତୀଗଡ, କରଞ୍ଜିଆ , ରିମୁଳି , ଭଣ୍ଡା ଆଦି ସ୍ଥାନ ରେ ବନ୍ଦ ପ୍ରଭାବହୀନ ରହିଥିଲା।