କୃଷ୍ଣସାର ମୃତ୍ୟୁ ଘଟଣାରେ ଫରେଷ୍ଟର୍ ନିଲମ୍ବିତ

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ବୁଗୁଡ଼ା ବନାଞ୍ଚଳ ପଞ୍ଚଭୂତି ଫରେଷ୍ଟ ବିଟ୍‌ରେ ବିଦ୍ୟୁତ ଫାସରେ ପଡି ଏକ କୃଷ୍ଣସାର ମୃଗର ମୃତ୍ୟୁ ଘଟଣାରେ ଜଣେ ମହିଳା ଫରେଷ୍ଟର ପଲ୍ଲବୀ ନନ୍ଦଙ୍କୁ ନିଲମ୍ବନ କରାଯାଇଛି। ବିଭଗୀୟ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ ଦେବାରେ ଅହେତୁକ ବିଳମ୍ବ ଯୋଗୁ ତାଙ୍କୁ ନିଲମ୍ବନ କରାଯାଇ ଘୁମୁସର ଦକ୍ଷିଣ ବନଖଣ୍ଡ ଏସିଏଫ ପ୍ରଦୀପ ବେହେରା ସୂଚନା ଦେଇଛନ୍ତି। ଗତ ୭ରେ ପଞ୍ଚଭୂତି ଫରେଷ୍ଟ ବିଟ୍ ଅନ୍ତର୍ଗତ ଯାତ୍ରା କୁମୁଟି ନିକଟ ଦିହୁଡି ବଞ୍ଜର କାଜୁ ଜଙ୍ଗଲରେ ବିଦ୍ୟୁତ ଫାସରେ ଘରେ ପଡି ଏକ କୃଷ୍ଣସାର ମୃଗର ମୃତ୍ୟୁ ଘଟିଥିଲା ଥିଲା ।

ଫରେଷ୍ଟର ପଲ୍ଲବୀ ନନ୍ଦ ୭ ତାରିଖ ରାତିରେ ହିଁ ଖବର ପାଇଥିଲେ ଏବଂ ୮ ତାରିଖ କାଳେ ମୃତଦେହ ଉଦ୍ଧାର କରି ପଞ୍ଚଭୂତି କାର୍ଯ୍ୟାଳୟକୁ ଆଣିଥିଲେ । କିନ୍ତୁ ବିଭାଗୀୟ ଅଧିକାରୀଙ୍କୁ ଏ ସମ୍ପର୍କରେ ନଜଣାଇ କାର୍ଯ୍ୟାଳୟ ପରିସରରେ ରେ ପୋତି ଦେଇଥିଲେ । ଘଟଣା ଦିନ ହୁକିଂ ତାର ହଟାଇବାକୁ ଯାଇଥିବା ବିଦ୍ୟୁତ କର୍ମଚା ଚାରୀ ମୃତ କୃଷ୍ଣସାର ମୃଗର ଉଠାଇ ଥିବା ଫୋଟ ଭାଇରାଲ ହେଲା ପରେ କର୍ତ୍ତୃପକ୍ଷଙ୍କ ଦୃଷ୍ଟିଗୋଚର ହୋଇଥୁଲା I ତନାଘନା ପରେ ସମ୍ପୃକ୍ତ ଫରେଷ୍ଟର ଭୁଲ ସ୍ୱୀକାର କରିଥିଲେ ଏବଂ ୯ରେ ମୃତ କୃଷ୍ଣସାର ମୃଗର ବ୍ୟବଛେଦ ହୋଇଥିଲା । ଦାୟିତ୍ବରେ ଅବହେଳା ଅଭିଯୋଗରେ ଫରେଷ୍ଟରଙ୍କୁ ନିଲମ୍ବନ କରାଯାଇଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *

Powered by Joinchat