ଭୁସୁଡ଼ିଲା ସ୍କୁଲ ପାଚେରୀ, ଅଳ୍ପକେ ବର୍ତ୍ତିଲେ ଛାତ୍ର ଛାତ୍ରୀ

କେନ୍ଦୁଝର/ଚମ୍ପୁଆ (ପ୍ରଦୀପ କୁମାର ମହାନ୍ତ): ସରକାରୀ ଯୋଜନା ରେ ବିଦ୍ୟାଳୟ ଗୁଡିକ ରେ ଛାତ୍ର ଛାତ୍ରୀ ମାନଙ୍କୁ ଉନ୍ନତ ମାନର ଭିତ୍ତିଭୂମି ଯୋଗାଇ ଦେବାକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । କିନ୍ତୁ ଠିକାଦାର ଓ ଅଧିକାରୀଙ୍କ ସଲା ସୁତୁରାରେ ନିମ୍ନ ମାନର କାର୍ଯ୍ୟ ଯୋଗୁଁ ଛାତ୍ର ଛାତ୍ରୀ ମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଚମ୍ପୁଆ ବ୍ଲକ ଅନ୍ତର୍ଗତ ଭଣ୍ଡା କେବି ଉଚ୍ଚ ବିଦ୍ୟାଳୟ ରେ । ଦୁଇ ବର୍ଷ ତଳେ ନିର୍ମାଣ ହୋଇଥିବା ବିଦ୍ୟାଳୟ ପାଚେରୀ ନିମ୍ନ ମାନର କାର୍ଯ୍ୟ ଯୋଗୁଁ ଆଜି ଭୁଶୁଡ଼ି ପଡ଼ିଛି। ୫ ଟି ଯୋଜନା ରେ ଦୁଇ ବର୍ଷ ତଳେ ଲକ୍ଷାଧିକ ଟଙ୍କା ଅନୁଦାନ ରେ ବିଦ୍ୟାଳୟର ପାଚେରୀ ନିର୍ମାଣ କରା ଯାଇଥିଲା ।

ମାତ୍ର ନିମ୍ନ ମାନର କାମ ଯୋଗୁ ଆଜି ଅପରାହ୍ନ ରେ ବିଦ୍ୟାଳୟ ର ଗୋଟିଏ ପାର୍ଶ୍ଵ ପାଚେରୀ ପାଖାପାଖି ଶହେ ଫୁଟ୍ ଯାଏଁ ଭୁଶୁଡ଼ି ପଡ଼ିଛି। ସେହି ସମୟ ରେ ବିଦ୍ୟାଳୟ ରେ ଉପସ୍ଥିତ ଥିବା ଛାତ୍ର ଛାତ୍ରୀ ଅଘଟଣ ରୁ ବର୍ତ୍ତି ଯାଇଛନ୍ତି । ଯାହାକୁ ନେଇ ଭଣ୍ଡା ଗ୍ରାମରେ ଅସନ୍ତୋଷ ସୃଷ୍ଟି ହୋଇଛି । ବିଭାଗୀୟ ଅଧିକାରୀ ଓ ଠିକାଦାର ଙ୍କ ଭିତିରି ବୁଝାମଣା ରେ ନିମ୍ନମାନର କାମ କରି ଲକ୍ଷାଧିକ ଟଙ୍କା ଚଳୁ କରିଥିବା ଅଭିଯୋଗ ଆଣିବା ସହିତ ଏହା ଉପରେ ଉଚ୍ଚ କର୍ତ୍ତୁପକ୍ଷ ବିଧିବଦ୍ଧ ତଦନ୍ତ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବୀ କରିଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!