ଯୋଡ଼ା ଇଷ୍ଟ ଆଇରନ ଖଣିରେ ଦୁର୍ଘଟଣା,ଶ୍ରମିକଙ୍କୁ ଗୁରୁତର ଅବସ୍ଥାରେ ଏଆରଲିଫ୍ଟ କରାଗଲା

କେନ୍ଦୁଝର/ଯୋଡ଼ା (ସୀତାରାମ ଦୀକ୍ଷିତ): କେନ୍ଦୁଝର ଜିଲ୍ଲା ଯୋଡ଼ା ପୌରପାଳିକା ଅନ୍ତର୍ଗତ ଯୋଡ଼ା ଇଷ୍ଟ ଲୌହ ଖଣି ଭିତରେ ଆଜି ୧୨ ତାରିଖ ସକାଳ ୯ଟା ପାଖାପାଖି ଲୋଡର ଗାଡି ଟି ଏକ ନିର୍ଦ୍ଦିଷ୍ଟ ପାର୍କିଂ କୁ ଯାଉଥିବା ସମୟରେ ଭାରସାମ୍ୟ ହରାଇ ଭୟଙ୍କର ଭାବେ ଓଲଟି ପଡ଼ିଛି। ଘଟଣା ସ୍ଥଳରେ ଅପରେଟର ଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଟାଟା ମେମରିଆଲ ମେଡିକାଲ ଯୋଡା କୁ ନିଆଯାଇଥିଲା।ତେବେ ଅପରେଟର ଙ୍କ ନାମ ରାଜେଶ ନାଏକ ବୟସ(୨୭) ପିତା-ନିରଞ୍ଜନ ନାଏକ ଘର ରିମୂଳି ସ୍ଥିତ ପତଳା ଗ୍ରାମ ଏବଂ ଠିକା ସଂସ୍ଥା ଇଣ୍ଟରଷ୍ଟେଟ ସିଂଡିକେଟ ରେ କାର୍ଯ୍ୟରତ ଥିଲେ ବୋଲି ଜଣାପଡିଛି।ଡାକ୍ତର ତାଙ୍କୁ ପ୍ରାଥମିକ ଚିକିତ୍ସା କରି ଟାଟା ମେମରିଆଲ ମେନ ହସ୍ପିଟାଲ ଜାମସେଦପୁର କୁ ରେଫୋର କରିବାରୁ କମ୍ପାନୀ ତରଫରୁ ତାଙ୍କୁ ହେଲିକପ୍ଟର ଦ୍ୱାରା ଏଆର୍ଲିଫ୍ଟ ସାହାଯ୍ୟ ରେ ସ୍ଥାନାନ୍ତରିତ କରାଯାଇଛି।ଏହି ପରିପ୍ରେକ୍ଷୀରେ କମ୍ପାନୀ କର୍ତ୍ତୃପକ୍ଷ ଙ୍କୁ ପଚାରିବାରୁ ଏହା ଏକ ଦୁଃଖଦ ଘଟଣା ଏବଂ ଏ ସମ୍ବନ୍ଧରେ ଡି.ଜି.ଏମ.ଏସ କୁ ଖବର କରାଯାଇଛି ବୋଲି ପ୍ରକାଶ କରିଛନ୍ତି।ବର୍ତ୍ତମାନ

Leave a Reply

Your email address will not be published. Required fields are marked *

error: Content is protected !!