ସୋନପୁର ପୌରାଞ୍ଚଳ ରେ ଖାଦ୍ୟ ନିରାପତ୍ତା ସ୍କ୍ୱାର୍ଡର ଚଢାଉ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ) :ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ସୋନପୁର ପୌରାଞ୍ଚଳ ହୋଟେଲ ଓ ରେଷ୍ଟୁରାଣ୍ଟ ଓ ଠେଲାମାନଙ୍କ ରେ ଖାଦ୍ୟ ନିରାପତ୍ତା ଅଧିକାରୀ ଓ ସ୍ଵତନ୍ତ୍ର ଟିମ ଚଢ଼ାଉ କରିଥିଲେ l ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା ପ୍ରଦୀପ କୁମାର ହୋତା ଙ୍କ ନିର୍ଦେଶ କ୍ରମେ ଆଜି ଦିବା ୧୧ ଟା ରୁ ସନ୍ଧ୍ୟା ପର୍ଯ୍ୟନ୍ତ ସମସ୍ତ ହୋଟେଲ ରେଷ୍ଟୁରାଣ୍ଟ ମାନଙ୍କରେ ଖାଦ୍ୟ ନିରାପତ୍ତା ଅଧିକାରୀ ଓ ତାଙ୍କ ଟିମ ର ଚଢ଼ାଉ ଜାରି ରହିଥିଲା l ମୋଟ ୨୭ ଗୋଟି ଦୋକାନରେ ଖାଦ୍ୟ ର ମାନ ଯାଞ୍ଚ କରି ପାଣି ର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଗଲା l ବିଶେଷ କରି ବର୍ତ୍ତମାନ ପରସ୍ଥିତି ରେ ତରଳ ଝାଡା ରୋଗ ବ୍ୟାପିବାର ସମ୍ଭାବନା ଥିବାରୁ ଓ ଯାନିଯାତ୍ରା ଲାଗିରହୁଥିବାରୁ ଲୋକ ଭିଡ ରେ ସମସ୍ତଙ୍କୁ ବିଶୁଦ୍ଧ ପାନୀୟ ତଥା ତଟକା ଖାଦ୍ୟ ସବୁ ଦେବାକୁ କଡା ନିର୍ଦେଶ ଦିଆଗଲା l

ଉକ୍ତ ଟିମ ରେ ଖାଦ୍ୟ ନିରାପତ୍ତା ଅଧିକାରୀ ସସ୍ମିତା ନାଏକ, ସ୍ୱାସ୍ଥ୍ୟ ପରିଦର୍ଶକ ପ୍ରମୋଦ କୁମାର ସାହୁ,ରାଜୀବ ପଧାନ, ପୋଲିସ ଟିମ ସବୁ ସାମିଲ ଥିଲେ. ଚଢ଼ାଉ ବେଳେ ବାସି ଖାଦ୍ୟ ସବୁ ନଷ୍ଟ କରାଗଲା I ଦୂଷିତ ଖାଦ୍ୟ ଓ ପାନୀୟ ଲୋକ ଙ୍କୁ ନଦେବା ପାଇଁ ତାଗିଦ କରାଗଲା ଓ ଯେ ଏହାର ଖିଲାପ କରିବେ ତାଙ୍କୁ ଉଚିତ ଦଣ୍ଡ ଦିଆଯିଵ ବୋଲି ଦୋକାନୀ ଙ୍କୁ ସତର୍କ କରାଗଲା l ପ୍ରକାଶ ଥାଉ କି ପୂର୍ବରୁ ଉଲୁଣ୍ଡା, ତରଭା ଡୁଙ୍ଗୁରିପାଲି ସହର ରେ ମଧ୍ୟ ଏହି ଟିମ ଦ୍ୱାରା ଚଢ଼ାଉ କରି ଖାଦ୍ୟ ର ମାନ ଯାଞ୍ଚ କରାଯାଇଛି l ଆଗକୁ ଜିଲ୍ଲା ର ବିଭିନ୍ନ ସହର ରେ ଅଚାନକ ଚଢ଼ାଉ କରାଯିବ ବୋଲି ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି lରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave a Reply

Your email address will not be published. Required fields are marked *

error: Content is protected !!