କେନ୍ଦୁଝର ଜିଲ୍ଲା ର ବିଜେଡି ସଭାପତି ଙ୍କ ମାତୃବିୟୋଗ

କେନ୍ଦୁଝର/ଯୋଡ଼ା (ସୀତାରାମ ଦୀକ୍ଷିତ): କେନ୍ଦୁଝର ଜିଲ୍ଲା ଗୁଆଲିର ଧର୍ମପରାୟଣା ମହିଳା ସୀତା ଦେବୀଙ୍କ ପରଲୋକ ଶନିବାର ଭୋରରେ ହୋଇଯାଇଛି । ସୀତା ଦେବୀ ୯୫ ବର୍ଷ ବୟସରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଶେଷ ଜୀବନ ପର୍ଯ୍ୟନ୍ତ ସେ ବେଶ୍ କର୍ମ ଠ ଥିଲେ । ସ୍ଥାନୀୟ ଅଞ୍ଚଳରେ ଜଣେ ସମାଜସେବୀ ଭାବେ ଜଣାଶୁଣା ସୀତା ଦେବୀ ଅନେକ ଅନୁଷ୍ଠାନ ହିତ ଜଡିତ ରହିଥିଲେ। ଆଦିବାସୀ ଅଧୁଷିତ ଅଞ୍ଚଳରେ ନାରୀମାନଙ୍କ ଶିକ୍ଷା ଉପରେ ସେ ଅଧିକ ଗୁରୁତ୍ୱ ଦେଉଥିଲେ। ବିଜୁ ଜନତା ଦଳର ପୂର୍ବତନ ଜିଲ୍ଲା ସଭାପତି କୁଶ ଆପଟ୍ଟଙ୍କ ସେ ମା’ ।

ମୃତ୍ୟୁ ସମୟରେ ବଡ଼ପୁଅ ଭୀମ ଆପଟ୍ଟ, ଲବ ଆପଟ୍ଟ, କୁଶ ଆପଟ୍ଟ ସହିତ ବୋହୁ ଓନାତି, ନାତୁଣୀ ମାନେ ଉପସ୍ଥିତ ଥିଲେ। ମୃତ୍ୟୁ ଖବରପାଇ ବଣେଇର ପୂର୍ବତନ ବିଧାୟକ ଭୀମସେନ ଚୌଧୁରୀ, ଜିଲ୍ଲା ବିଜେଡି ସଭାପତି ଆଶିଷ ଚକ୍ରବର୍ତ୍ତୀ, ବିଜେଡି ନେତା ବିଜୟ ମହାନ୍ତି, କବିନ୍ଦ୍ର ନାଏକ ପ୍ରମୁଖ ଅନ୍ତିମ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ତାଙ୍କ ପରଲୋକରେ ଗୁଆଲି ସହିତ କାଟେସାହି, ଲଇଡାପଦା, ରୁ ଗୁ ଡିହି ଅଞ୍ଚଳରେ ଶୋକରଛାୟା ଖେଳି ଯାଇଛି। ସ୍ଥାନୀ ନୀୟ ଗ୍ରାମ ଶ୍ମଶାନରେ ତାଙ୍କର ଅନ୍ତିମ ଡିମ ସଂସ୍କାର କରାଯାଇଛି। ପୂର୍ବତନ ମନ୍ତ୍ରୀ ତଥା ଘସିପୁରା ବିଧାୟକ ବଦ୍ରୀନାରାୟଣ ପାତ୍ର ସ୍ୱର୍ଗତ ସୀତା ଦେବୀଙ୍କ ମୃତ୍ୟୁ ଖବରପାଇ ଶୋକପ୍ରକାଶ କରିବା ସହିତ ପରିବାରକୁ ସମବେଦନା ଜଣାଇଛନ୍ତି

Leave a Reply

Your email address will not be published. Required fields are marked *

error: Content is protected !!