ଚେଇଁ ଶୋଇଛନ୍ତି ମାଇନିଙ୍ଗ ଅଧିକାରୀ , ବାଲି ଧରୁଛି ସ୍ପେଶିଆଲ ସ୍କ୍ୱାର୍ଡ

ଅନୁଗୋଳ (ଅଜିତ କୁମାର ଭୋଇ): ଜିଲ୍ଲାରେ ବଢୁଛି ବେଆଇନ୍ ବାଲି ଚାଲାଣଚେଇଁ ଶୋଇ ପଡ଼ିଛି ମାଇନିଙ୍ଗ ଅଧିକାରୀ , ବାଲି ଧରୁଛି ସ୍ପେଶିଆଲ ସ୍କ୍ୱାର୍ଡଜିଲ୍ଲାରେ ଦିନକୁ ଦିନ ଖଣିଜ ପଦାର୍ଥ ବେଆଇନ୍ ଲୁଟ ହେଉଛି। ତାଳଚେରରେ ଥିବା ଖଣି ଉପ ନିର୍ଦ୍ଦେଶକ କାର୍ଯ୍ୟାଳୟ ଏହାର ଦାୟିତ୍ବ ନେଇଛି। କିନ୍ତୁ ଉକ୍ତ ବିଭାଗ ଶୋଇ ପଡିଥିବା ବେଳେ ଜିଲ୍ଲାରେ ପ୍ରତ୍ୟେକ ଦିନ ବାଲି, ପଥର ଓ କୋଇଲା ଭଳି ଖଣିଜ ପଦାର୍ଥ ବେଆଇନ୍ ଚୋରୀ ହେଉଛି। ସବୁ ଜାଣିଶୁଣି ଏଥିରେ ବିଭାଗୀୟ ଅଧିକାରୀ ମାନେ ସବୁ ଜାଣି ଚୁପ୍ ରହୁଛନ୍ତି।ଯାହା ଫଳରେ ପୋଲିସ ଖବର ପାଇଲେ ଖଣିଜ ପଦାର୍ଥ ଗାଡିକୁ ଜବତ କରୁଛି।

ତାଳଚେର ଅନୁଗୋଳ ଜିଲ୍ଲା ବଅଁରପାଳ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ପାଟ୍ରୋଲିଂ କରୁଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇଲେ କି ଗୋଟିଏ ହାଇୱା ଗାଡ଼ିରେ ନୁଆହତା ଆଡୁ ଅନୁଗୋଳ ଆଡେ ବେଆଇନ୍ ବାଲି ଚାଲାଣ ହେଉଛି। ତେଣୁ ବଅଁରପାଳ ଥାନା ସବ ଇନ୍ସପେକ୍ଟର କମଳାକ୍ଷ ନାୟକ ଓ ଟିମ୍ ପହଞ୍ଚି ବଅଁରପାଳ ଛକ ନିକଟରେ ଉକ୍ତ ହାଇୱାକୁ ଅଟକାଇ ଥିଲେ। ତେଣୁ ଚାଳକକୁ ପଚରା ଉଚୁରା ବେଳେ ସନ୍ଥପଡ଼ା ବାଲି ଘାଟରୁ ଅନୁଗୋଳକୁ ବାଲି ଯାଉଛି। ତେଣୁ ପୋଲିସ କାଗଜ ପତ୍ର ଯାଞ୍ଚ ବେଳେ ବାଲି ବୋଝେଇର ଚାଳକ କାଗଜ ପତ୍ର ଦେଖାଇ ପାରି ନଥିଲେ। ଯାହା ଫଳରେ ବେଆଇନ୍ ବାଲି ଚାଲାଣ ହେଉଥିବା ପୋଲିସ ଜାଣିଥିଲା। ବେଆଇନ୍ ବାଲି ଚାଲାଣ କରୁଥିବା ଅଭିଯୋଗରେ ଓଡି ୨୩ ଜି ୫୩୪୧ ନମ୍ବର ଥିବା ହାଇୱାକୁ ଜବତ କରିବା ସହ ଚାଳକକୁ ଥାନାରେ ଅଟକ ରଖିଛି।

Leave a Reply

Your email address will not be published. Required fields are marked *

error: Content is protected !!