ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ) : ଓଡ଼ିଶା ରାଜ୍ୟ ଏଡ଼ସ ନିୟନ୍ତ୍ରଣ ସମିତି, ଭୁବନେଶ୍ୱର ଓ ଭାରତୀୟ ରେଡକ୍ରାସ ଓଡ଼ିଶା ରାଜ୍ୟ ଶାଖା ମିଳିତ ଉଦ୍ୟମରେ ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ସମସ୍ତ ସ୍କୁଲର ରେଡ ରିବନ୍ କ୍ଲବର ଛାତ୍ରଛାତ୍ରୀ ମାନଙ୍କୁ ନେଇ ସୋନପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏଚଆଇଭି /ଏଡସ ସମ୍ପର୍କିତ ଏକ କୁଇଜ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ମୀନାରାଣୀ ମଙ୍ଗଲଙ୍କ ମାର୍ଗଦର୍ଶନରେ ଜିଲ୍ଲା ଜୁନିଅର ରେଡକ୍ରସ ଅଫିସର ରବିଚନ୍ଦ୍ର ପଶାୟତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବାବେଳେ ସୁବର୍ଣ୍ଣପୁର ସ୍ବାସ୍ଥ୍ୟ ବିଭାଗର ଏଚଆଇଭି/ଏଡସ ଜିଲ୍ଲା ସଂଯୋଜକ ସୁଦାମ ପଧାନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ପ୍ରଥମେ ବିଭିନ୍ନ ବ୍ଲକରୁ ଆସିଥିବା ପ୍ରତିଭାଗୀ ମାନଙ୍କ ମଧ୍ୟରେ ଲିଖିତ ପ୍ରତିଯୋଗିତା ହୋଇଥିଲା।
ପରେ ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବରେ ସୋନପୁର ଏବିଇଓ କୃଷ୍ଣଚନ୍ଦ୍ର ପଣ୍ଡା, ମୁଖ୍ୟ ବକ୍ତା ଭାବରେ ଯୁବ ରେଡକ୍ରସ ଜିଲ୍ଲା ସଂଯୋଜକ ଉମାକାନ୍ତ ନାଗ, ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ପ୍ରଜ୍ଞା ପାରମିତା ଦାଶ ଓ ଅନ୍ୟ ମଞ୍ଚାସୀନ ଅତିଥି ବୃନ୍ଦ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ । କ୍ରାର୍ଯ୍ୟକ୍ରମକୁ ବରିଷ୍ଠ ସାଧନ କର୍ମୀ ଚନ୍ଦ୍ରମଣି ବାଘ ସଂଯୋଜନା କରିଥିବା ବେଳେ ଚନ୍ଦ୍ର ଶେଖର ମହାପାତ୍ର , ବିସିସି ବିଜୟ ପଣ୍ଡା ଓ ଗୋପେଶ ପଣ୍ଡା ସହାୟତା କରିଥିଲେ। ସାଧନ କର୍ମୀ ସସ୍ମିତା ସାହୁ ବିଚାରକ ଭାବରେ କାର୍ଯ୍ୟ ନିର୍ବାହ କରିଥିଲେ। ସୋନପୁର ବାଳିକା ବିଦ୍ୟାଳୟର ପରାମର୍ଶଦାତ୍ରୀ ପ୍ରଜ୍ଞା ପାରିମିତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ