ସୁବର୍ଣ୍ଣପୁର ଜିଲ୍ଲା ବରିଷ୍ଠ ନାଗରିକ ସଂଘ ପକ୍ଷରୁ ମା ପାଇଁ ଗଛ ଟିଏ କାର୍ଯ୍ଯକ୍ରମ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣପୁର ଜିଲ୍ଲାର ବରିଷ୍ଠ ନାଗରିକ ସଂଘ ଦ୍ଵାରା ଆୟୋଜିତ ସୋନପୁର ମହାନଦୀ ବ୍ରିଜ ପାର୍ଶ୍ଵସ୍ଥିତ ରିଙ୍ଗ ରୋଡ ର ଉଭୟ ପାର୍ଶ୍ଵରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅବସରରେ ଏକ ସଚେତନତା ସଭା ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ସଭାରେ ରେ ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାରାୟଣ ନାଏକ ମୁଖ୍ୟ ଅତିଥି ଓ ସୁବର୍ଣ୍ଣପୁର ବନଖଣ୍ଡ ଅଧିକାରୀ ମଦନ ଲାଲ ଶର୍ମା, ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ଆମ ପୂର୍ବ ପୁରୁଷ ମାନେ ଯେଉଁ ବୃକ୍ଷ ରୋପଣ କରି ଥିଲେ ଆଜି ଆମେ ତାହର ଫଳ ଛାୟା ଗ୍ରହଣ କରୁଛୁ ବଞ୍ଚି ପାରିଛୁ ବୋଲି ମତରଖିଥିଲେ।

ସୁବର୍ଣ୍ଣପୁର ଜିଲ୍ଲା ର ବରିଷ୍ଠ ନାଗରିକ ସଂଘ ର ସଭାପତି ଶ୍ରୀ ଜ୍ୟୋତି ରଞ୍ଜନ ବହିଦାର, ସମ୍ପାଦକ ଶ୍ରୀ ଜ୍ୟୋତି ରଞ୍ଜନ ପଟ୍ଟନାୟକ ଙ୍କ ସମେତ ଅନ୍ୟ ସମସ୍ତ ସଦସ୍ୟ/ସଦସ୍ୟା ବୃନ୍ଦ, ସଂଘର ଉପଦେଷ୍ଟା ତଥା ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଶ୍ରୀ ଗୋରେଖ ନାଥ ସାହୁ ସମ୍ବାଦ ପତ୍ର ଓ ବୈଦ୍ୟୁତିକ ଗଣ ମାଧ୍ୟମ ର ପ୍ରତିନିଧି ମାନଙ୍କ ସହିତ ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ତଥା ଜିଲ୍ଲା ପଞ୍ଚାୟତ ଅଧିକାରୀ,ସୁବର୍ଣ୍ଣପୁର ଶ୍ରୀ ଅର୍ଜୁନ ମାଝୀ ଉପସ୍ଥିତ ଥିଲେ । ଡ଼ଃ ଆର୍ତ୍ତତ୍ରାଣ ବାବୁ, ଉପ ସଭାପତି ସଭାରେ ଅତିଥି ଓ ଅନ୍ୟ ସମସ୍ତଙ୍କୁ ସ୍ବାଗତ କରିଥିଲେ । ଏହି ରିଙ୍ଗ ରୋଡ ର ଉଭୟ ପାର୍ଶ୍ଵରେ ସର୍ବମୋଟ ୫୦୦ (ପାଞ୍ଚଶହ ଗୋଟି)ବିଭିନ୍ନ ପ୍ରକାରର ଛାୟା ଓ ଫଳ ପ୍ରଦାନକାରୀ ବୃକ୍ଷ ଗୁଡ଼ିକ ରୋପଣ କରାଯିବ ବୋଲି ଏହି ଡି ଏଫ୍ ଓ ଅବସରରେ ପ୍ରକାଶ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ସୋନପୁର ର ସ୍ୱଚ୍ଛ ଭାରତ ସଂଗଠନ, ଗୋପାଳଜୀ ଯୋଗାଳୟ ଓ ବିଭିନ୍ନ ସ୍ଵେଚ୍ଛାସେବୀ ସଂଗଠନ ର ସଦସ୍ୟ ମାନେ ଅଂଶ ଗ୍ରହଣ କରିଥିଲେ । ଶେଷରେ ସଂଘର କାର୍ଯ୍ୟକାରୀ ସଦସ୍ୟ ଶ୍ରୀ ପ୍ରଦୀପ ପୁରୋହିତ ଧନ୍ୟବାଦ୍ ଅର୍ପଣ କରିଥିଲେ। ବରିଷ୍ଠ ନାଗରିକ ସଂଘ କୋଷାଧ୍ୟକ୍ଷ ଦିଲ୍ଲୀପ ରଥ, କାର୍ଯ୍ଯ କାରୀ ସଦସ୍ୟ ବ୍ରଜ ମୋହନ ଦାନୀ, ହରିହର ଶତପଥି, ରାଧେ ଶ୍ୟାମ ମିଶ୍ର, ଶ୍ରୀବତ୍ସ ମଲ୍ଲିକ, ବୈକୁଣ୍ଠ ଶତପଥି, ମୃତ୍ୟୁଞ୍ଜୟ ଦାଶ, ବାସୁଦେବ ମିଶ୍ର, ପୂର୍ଣ୍ଣ ଚନ୍ଦ୍ର ଦାଶ, ଲକ୍ଷ୍ମୀ ନାରାୟଣ ମହାନ୍ତି, ଆଦିକନ୍ଦ ମହାପାତ୍ର, କାହୁଁ ମିଶ୍ର, ତ୍ରିପୁରାରୀ ପଣ୍ଡା, ମିନା ମହାରଣା, ଧୁବେଇ ଚରଣ ମିଶ୍ର, ପ୍ରଦୀପ ସାହୁ, ଉମେଶ ପଣ୍ଡା, ଲୋକ ନାଥ ପଣ୍ଡା, ସୁନା ଧର ହୋତା, ରଘୁ ମଣି ହୋତା, ଶ୍ରୀଧର ବାଗ, ରାଜେନ୍ଦ୍ର ସାହୁ, ଦିଲ୍ଲୀପ ଭୁକ୍ତା, ବିଜୟ ରାୟ ଗୁରୁ , ସମାଜ ସେବୀ ଗରିବ ଲୋଈ, ତରଣୀ ମେହେର, ମନୋଜ ପଣ୍ଡା, ମନୋରଂଜନ ତ୍ରୀପାଠୀ ପ୍ରମୁଖ ଏହି ମହତ୍ କାର୍ଯ୍ୟ ରେ ସାମିଲ ହୋଇ ଥିଲେ l

Leave a Reply

Your email address will not be published. Required fields are marked *

error: Content is protected !!