କଂଗ୍ରେସର ୧୨ଘଣ୍ଟିଆ ଓଡିଶା ବନ୍ଦ : ସୁବର୍ଣ୍ଣପୁରରେ ବନ୍ଦ ସମ୍ପୂର୍ଣ୍ଣ ସଫଳ, ଜୀବନଯାତ୍ରା ଠପ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ବାଲେଶ୍ୱର ଫକୀର ମୋହନ କଲେଜ ର ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଘଟଣାକୁ ନେଇ ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ୧୨ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ପରିପ୍ରେକ୍ଷୀରେ ଆଜି ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏହାକୁ ସମର୍ଥନ କରିଛି l ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ବିନୋଦ ପାତ୍ର ଙ୍କ ନେତୃତ୍ୱରେ ଆଜି ସକାଳ ୬ଘଣ୍ଟା ଠାରୁ ସୁବର୍ଣ୍ଣପୁର କଂଗ୍ରେସ କାର୍ଯ୍ୟକର୍ତ୍ତା ମାନେ ପିକେଟିଂ କରି ସୁବର୍ଣ୍ଣପୁର ରେ ଯାନବାହାନ ଚଳାଚଳ ସହ ସ୍କୁଲ, କଲେଜ, ଦୋକାନ ବଜାର, ସରକାରୀ କାର୍ଯ୍ୟାଳୟ ବ୍ୟାଙ୍କ ଆଦି ବନ୍ଦ କରିଥିଲେ । ବନ୍ଦ ଯୋଗୁଁ ସାଧାରଣ ଜୀବନଯାତ୍ରା ସମ୍ପୂର୍ଣ୍ଣ ଠପ ହୋଇଯାଇଛି l ତେବେ ଜରୁରୀକାଳୀନ ସେବା ଯେଭଳି ପ୍ରଭାବିତ ନହେବ, ସେଥିପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା l

ଏଫ୍ ଏମ୍ କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାର ନ୍ୟାୟିକ ତଦନ୍ତ ଓ ଏଥିରେ କଲେଜ କର୍ତୃପକ୍ଷଙ୍କ ଅବହେଳାକୁ ଦାୟୀ କରାଯିବା ସହ ରାଜ୍ଯ ଓ କେନ୍ଦ୍ର ନେତୃତ୍ୱାଧୀନ ବିଜେପି ସରକାରର ନାରୀ ସମାଜ ପ୍ରତି ହେୟଜ୍ଞାନ ମନୋଭାବର ଏକ ନମୁନା ବୋଲି କଂଗ୍ରେସ ଦଳ ପକ୍ଷରୁ କୁହାଯାଇଛି l ଆଜି ସକାଳୁ ସକାଳୁ ପ୍ରଥମେ କଂଗ୍ରେସ କର୍ମୀ ମାନେ ରାଜରାସ୍ତା ଅବରୋଧ କରିବା ସହ ସୂରଜ ସୂର୍ଯ୍ୟବଂଶୀ ମୂର୍ଦ୍ଦାବାଦ ମୋହନ ନନା ହାଏ ହାଏ ନାରା ଦେଇ ସମସ୍ତ ବସ, ଟ୍ରକ୍ ,ଦୋକାନ ବଜାର, ସ୍କୁଲ କଲେଜ ଓ ଜିଲ୍ଲା କାର୍ଯ୍ୟାଳୟ, ସରକାରୀ ଓ ବେସରକାରୀ ସଂସ୍ଥା ଗୁଡିକୁ ବନ୍ଦ କରିଥିଲେ ।

ଏହି ବନ୍ଦ ପାଳନରେ ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ କମିଟି କାର୍ଯ୍ୟକାରୀ ସଭାପତି ବିନୋଦ ପାତ୍ରଙ୍କ ନେତୃତ୍ଵରେ ପର୍ଯ୍ୟବେକ୍ଷକ ରାଜେଶ ମିଶ୍ର, ଜିଲ୍ଲା ସଧାରଣ ସମ୍ପାଦକ ସୁଧିର ପଣ୍ଡା, ପି ସି ସି ସଦସ୍ୟ ଜିତେନ୍ଦ୍ର ପଟ୍ଟନାୟକ, ସୁମିତ ପୂଜାରୀ, ବିଧାୟକ ପ୍ରାର୍ଥୀ ପ୍ରିୟବ୍ରତ ସାହୁ, ସୋନପୁର ବ୍ଲକ ସଭାପତି ଲକ୍ଷ୍ମଣ ସୁନା, ମହମ୍ମଦ ଇମ୍ରାମ, ରାଜେନ୍ଦ୍ର ମେହେର, ଚିତ୍ତ ରଞ୍ଜନ କୁମ୍ଭାର, ଜ୍ଞାନ ରଞ୍ଜନ ମିଶ୍ର, ଲକ୍ଷ୍ମଣ ଦାସ, ମାଧବ କୁମ୍ଭାର, ତରଣୀ ବାରିକ, ବରୁଣ ସୁନା, ଆନନ୍ଦ ରଣା, ହରି ଶଙ୍କର ପାଣ୍ଡେ, ବଳଦେବ ଦାସ, କଳାଚାନ୍ଦ ବଗର୍ତ୍ତୀ, ସଚିତା ନନ୍ଦ ସାହୁ, ଭରତ ଜେନା, ସେଖ ତାରା ହୁସେନ, ପ୍ରମୋଦ ଗୁରୁ, ମୁନୁ ଦାଶ, ନିମେଇଁ ପାଣିଗ୍ରାହୀ ପ୍ରମୁଖ ଶତାଧିକ କର୍ମୀ ଯୋଗ ଦେଇ ସହର ର ବିଭିନ୍ନ ଛକ ରେ ପିକେଟିଂ କରିବା ସହ ବନ୍ଦ ପାଳନକୁ ସଫଳ କରିଥିଲେ ।ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave a Reply

Your email address will not be published. Required fields are marked *

error: Content is protected !!