ଲାଇନଚ୍ୟୁତ ହୋଇ ଓଲଟିଲା ମାଲବାହୀ ଟ୍ରେନ ବଗି , ମାଲବାହୀ ଟ୍ରେନର ସିରିଜ ଦୁର୍ଘଟଣା

କେନ୍ଦୁଝର/ଯୋଡ଼ା(ସୀତାରାମ ଦୀକ୍ଷିତ) : କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ସ୍ଥିତ ବିଲେଇପଦା ଠାରେ କ୍ରମାଗତ ଭାବେ ୨ ଟି ଏକ ଟ୍ରେନ ଦୁର୍ଘଟଣା ଘଟିଥିବା ର ଦେଖିବାକୁ ମିଳିଛି।ସୂଚନା ଅନୁଯାୟୀ ଡିପିଏସ ଠାରୁ ବାଂଶପାଣି ଯିବା ବେଳେ ଆଜି ପ୍ରାୟ ୨ ଘଟିକା ପାଖା ପାଖି ବିରିକଳା ପଂଚାୟତ ଭାଗଲପୁର ଠାରେ ଲାଇନ ଚ୍ୟୁତ ହେଇ ଏକ ମାଲବାହି ଟ୍ରେନ ର ଗୋଟିଏ ବଗି ଓଲଟିପଡିଥିବା ବେଳେ ସନ୍ଧ୍ୟା ୬ ଟା ପାଖା ପାଖି ଆଉ ଏକ ମାଲବାହି ଟ୍ରେନ ଦେଓଝର ନିକଟରେ ଓଲଟି ପଡିଛି। ତେବେ ଏହା କାହିଁକି ଓ କିପରି ହେଲା ଜଣାପଡ଼ିନାହିଁ ଏହାକୁ ନେଇ ରେଳ ବିଭାଗ ପାଖରେ କୌଣସି ସୂଚନା ନାହିଁ।

ଏ ନେଇ ବାଂଶପାଣି ଷ୍ଟେସନ ମାଷ୍ଟର କହିଛନ୍ତି ଯେ ଖବର ପାଇ ରେଳ କର୍ମଚାରୀ ଘଟଣା ସ୍ଥଳ କୁ ଯାଇ ପ୍ରାଥମିକ ତଦନ୍ତ ଜାରି ରଖିଛନ୍ତି l ତେବେ ଏଥିରେ କୌଣସି କ୍ଷୟ କ୍ଷତି ହୋଇ ନ ଥିବା ଜଣାପଡିଛି lଘଟଣା ପରେ ରେଳ ବିଭାଗ ସେଠାରେ ଜେସିବି ମାଧ୍ୟମରେ ଲାଇନ କ୍ଲିଓର ପାଇଁ ଉଦ୍ୟମ ଜାରୀରଖିଛି।ଆଜି ଗାଟିଏ ଦିନରେ ଏପରି ହଟାତ ଲଗାତାର ଭାବେ ୨ ଥର ଟ୍ରେନ ଦୁର୍ଘଟଣା କାରଣ ବର୍ତ୍ତମାନ ଯାଏଁ ଅସ୍ପଷ୍ଟ ଥିବାରୁ ଯାତ୍ରୀବାହୀ ଟ୍ରେନ ପାଇଁ ବିପଦ ରହିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

Leave a Reply

Your email address will not be published. Required fields are marked *

error: Content is protected !!