ପିପୁଲ୍ସ କଲେଜର ଗଠିତ ହେଲା ଅଭ୍ଯନ୍ତରୀଣ ଅଭିଯୋଗ କମିଟି(ଆଇ ସି ସି)

ଗଞ୍ଜାମ/ବୁଗୁଡା (ସୋରେନ କୁମାର ପ୍ରଧାନ): ସମ୍ପ୍ରତି ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିବା ଫକୀର ମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ଯାଶ୍ରୀ ବିଶିଙ୍କ ଆତ୍ମାହୁତି ଜନିତ ମୃତ୍ୟୁ ଘଟଣା ପରିପ୍ରେକ୍ଷୀରେ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ମାର୍ଗଦର୍ଶିକା ଅନୁଯାୟୀ ବୁଗୁଡା ପିପୁଲ୍ସ କଲେଜରେ ୧୩ ଜଣିଆ ଅଭ୍ଯନ୍ତରୀଣ ଅଭିଯୋଗ କମିଟି (ଆଇସିସି) ଗଠିତ ହୋଇଯାଇଛି।

ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ପତ୍ର ସଂଖ୍ୟା – ୩୭୦୩୨,କଲେଜ ଅଧ୍ୟକ୍ଷ ଡଃ ପୁରୁଷୋତ୍ତମ ମିଶ୍ରଙ୍କ ପ୍ରତ୍ଯକ୍ଷ ତତ୍ତ୍ବାବଧାନରେ ଗଠିତ ଉକ୍ତ କମିଟିରେ ସଂଯୋଜିକା ଭାବେ ପ୍ରାଣୀ ବିଜ୍ଞାନ ବିଭାଗର ଅଧ୍ୟାପିକା କ୍ରିଷ୍ଣା କୁମାରୀ ବାର୍ଗୀ, ଅଧିବକ୍ତା ସାଈ ସନ୍ତୋଷିନୀ ପ୍ରଧାନ,ଇତିହାସ ବିଭାଗ ଅଧ୍ୟାପିକା ସସ୍ମିତା ସାମନ୍ତରା, ରାଜନୀତି ବିଜ୍ଞାନ ଅଧ୍ୟାପକ ପବିତ୍ର ଖଣ୍ଡୁଆଳ ,ଇଂରାଜୀ ବିଭାଗର ଅଧ୍ୟାପିକା ଏସ୍ ବଡମୁଣ୍ଡି ,ରସାୟନ ବିଜ୍ଞାନ ଅଧ୍ଯାପକ ବିଜେନ୍ଦ୍ର ଆଚାର୍ଯ୍ୟ, ଇତିହାସ ଅଧ୍ୟାପିକା ରଶ୍ମିତା ପଟ୍ଟନାୟକ , ଅର୍ଥନୀତି ବିଭାଗର ଅଧ୍ୟାପିକା ଭି ସନ୍ତୋଷୀ ରାଜୁ, ରସାୟନ ବିଜ୍ଞାନ ବିଭାଗୀୟ ଡେମୋନଷ୍ଟେଟର୍ ଯସ୍ମିନ ସାହୁ, ଆସିଷ୍ଟାଣ୍ଟ ଲାଇବ୍ରେରିଆନ୍ ରଶ୍ମିତା ମିଶ୍ରଙ୍କ ସମେତ +୩ କଳା ତୃତୀୟ ବର୍ଷ ଛାତ୍ରୀ ରୂପାଲି ପାତ୍ର , ଦ୍ବିତୀୟ ବର୍ଷ ବିଜ୍ଞାନ ଛାତ୍ରୀ ବିଜୟଲକ୍ଷ୍ମୀ ବେହେରା ଓ ପ୍ରଥମ ବର୍ଷ ବିଜ୍ଞାନ ଛାତ୍ରୀ ପ୍ରୀତିମୟୀ ନାୟକ ପ୍ରମୁଖ ରହିଥିବା ଜଣାଯାଇଛି।

Leave a Reply

Your email address will not be published. Required fields are marked *

Powered by Joinchat