ସହାୟତାର ହାତ ବଢ଼ାଇଲା ଭରସା ପରିବାର

ଚମ୍ପୁଆ (ରିପୋର୍ଟ୍ – ପ୍ରଦୀପ ମହାନ୍ତ) :ଶୁଦ୍ଧିକ୍ରିୟା ପାଇଁ ଅସହାୟ ପରିବାରକୁ ସହାୟତାର ହାତ ବଢାଇଲା ଭରସା ପରିବାର ଟ୍ରଷ୍ଟ । ମୟୁରଭଞ୍ଜ ଜିଲ୍ଲା ଶୁକୃଳି ବ୍ଲକ ଅନ୍ତର୍ଗତ ଅର୍ଜୁନବିଲା ଗ୍ରାମର ନନ୍ଦ ମୁଣ୍ଡାଙ୍କ ଆର୍ଥିକ ସ୍ଥିତି ସ୍ଵଛଳ ନ ଥିବା ବେଳେ ପରିବାରର ସେ ଏକ ମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ। ତେବେ ପାରାଲିସିସ ରୋଗରେ ପୀଡିତ ହୋଇ ନନ୍ଦଙ୍କ ମୃତ୍ୟୁ ଘଟିବା ପରେ ପରିବାରର ମେରୁଦଣ୍ଡ ଦୋହଲି ଯାଇଥିଲା। ମୃତ୍ୟୁ ପରେ ତାଙ୍କର ଶୁଦ୍ଧିକ୍ରିୟା କରିବାକୁ ମଧ୍ୟ ପରିବାରଲୋକେ ଅସମର୍ଥ ହୋଇ ପଡିଥିଲେ।

ଏହି ଘଟଣା ଭରସା ପରିବାରର ଚମ୍ପୁଆ ସଦସ୍ୟଙ୍କ ଦୃଷ୍ଟିଗୋଚର ହେବା ପରେ ଭରସା ପରିବାରର ଉପଦେଷ୍ଟା ଦୁଷ୍ମନ୍ତ କୁମାର ବେହେରାଙ୍କ ତତ୍ତ୍ଵାବଧାନରେ ଚମ୍ପୁଆ ବ୍ଲକ ସଭାପତି ରଶ୍ମିରେଖା ମହାକୁଡ଼, ରକ୍ତ ସଂଯୋଜକ ଦିଲ୍ଲୀପ ମୁଣ୍ଡାଙ୍କ ସମେତ ସଦସ୍ୟ ଶରତ ଖିଲାର, ବାପୁନ୍ ମହାନ୍ତ, ପ୍ରଦୀପ ମୁଣ୍ଡା, ଦୀପକ ନାଏକ, ଅସିତ୍ ମହାକୁଡ଼, ଚିନ୍ମୟ ମଲିକ, କୀର୍ତ୍ତନ ମୁଣ୍ଡା, ବିକାଶ ଓରାମ, ଶିବଚରଣ ଓରାମ, ସରେନ ମୁଣ୍ଡା, ଗଗନ ମହାନ୍ତ, ତପନ କୁମାର ବେହେରା, ହରିଚରଣ ଓରାମ, ହୃଦାନନ୍ଦ ପ୍ରଧାନ, ହୃଷିକେଶ ବାରିକ, କୀର୍ତ୍ତନ ମୁଣ୍ଡା ଓ ଦେବାଶିଷ ଗିରି ପ୍ରମୁଖ ମୃତ ନନ୍ଦ ମୁଣ୍ଡାଙ୍କ ଅର୍ଜୁନବିଲା ସ୍ଥିତ ଘରେ ପହଞ୍ଚି ତାଙ୍କ ସ୍ତ୍ରୀଙ୍କୁ ଶୁଦ୍ଧିକ୍ରିୟା ପାଇଁ ଆବଶ୍ୟକ ସାମଗ୍ରୀ ସହାୟତା ପ୍ରଦାନ କରିଥିଲେ। ତା ସହିତ ସ୍ଥାନୀୟ ସରପଞ୍ଚ ଲକ୍ଷ୍ମୀପ୍ରିୟା ମୁଣ୍ଡାଙ୍କୁ ଯୋଗାଯୋଗ କରି ହରିଶ୍ଚନ୍ଦ୍ର ଭତ୍ତା ପ୍ରଦାନ କରାଇବାର ବ୍ୟବସ୍ଥା କରିଥିଲେ

Leave a Reply

Your email address will not be published. Required fields are marked *

error: Content is protected !!