ରାୟଗଡା (ଗୋପୀନାଥ ଗୌଡ଼): ଭକ୍ତିରେ ଡାକିଦେଲେ ରାୟଗଡାର ଅଧିଷ୍ଟ୍ରାତ୍ରୀ ଦେବୀ ମା ମଝିଘରିଆଣୀ ଭକ୍ତର ଡାକ ଶୁଣନ୍ତି ସେଥିପାଇଁ ମାଁଙ୍କ ଉପରେ ଭକ୍ତର ଅଗାଢ଼ ବିଶ୍ବାସ। ଏହି ବିଶ୍ବାସ ପାଇଁ ମାଁଙ୍କ ଦାନ ହୁଣ୍ଡିରେ କୋଟି କୋଟି ଟଙ୍କା ସହ ବହୁ ମୂଲ୍ୟର ସୁନାରୂପା ଦାନ କରନ୍ତି । କିନ୍ତୁ ବର୍ଷ ବର୍ଷ ଧରି ଭକ୍ତର ମୌଳିକ ସୁବିଧା ବନ୍ଦୋବସ୍ତ କରିବାକୁ ଅବହେଳା କରିଛି ମନ୍ଦିର ପରିଚାଳନା କମିଟି ଓ ଏଣ୍ଡୋମେଣ୍ଟ କମିଶନ । ରାୟଗଡ଼ା ସହର ଝଂଜାବତି ନଦୀ କୂଳରେ ଥିବା ମନ୍ଦିରରେ ଥିବା ମା ମଝିଘରିଆଣୀ ଭାରି ପ୍ରତ୍ୟକ୍ଷ ହୋଇଥିବାରୁ ଏହିଭଳି ଭକ୍ତିଭାବ ନେଇ ପଡୋଶି ଆନ୍ଧ୍ର ପ୍ରଦେଶ ଏବଂ ତେଲେଙ୍ଗାନା ଓ ସ୍ଥାନୀୟ ଭକ୍ତ ମାନେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଆସନ୍ତି।
ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁ ମାନେ ଅଭିଯୋଗ କରି କୁହନ୍ତିଯେ ମନ୍ଦିର ପରିଚାଳନା କମିଟି ମନ୍ଦିର ଚତୁପାର୍ଶ୍ୱରେ ପରିମଳ ବ୍ୟବସ୍ଥା ପ୍ରତି ଆଦୌ ଧ୍ୟାନ ଦେଉନାହିଁ । ଏଭଳିକି ଭିଡ ଦିନମାନଙ୍କରେ ମା ଙ୍କର ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁ ମାନଙ୍କ ପାଇଁ ସାଧାରଣ ଦର୍ଶନ ଶୃଙ୍ଖଳା ବ୍ୟବସ୍ଥା କରା ଯାଇନାହିଁ । ସ୍ଵତନ୍ତ୍ର ଦର୍ଶନ ନିମନ୍ତେ ୩୦୦ଟଙ୍କା ଟିକେଟର ବ୍ୟବସ୍ଥା ହୋଇଛି କିନ୍ତୁ ଅନଲାଇନ ବ୍ୟବସ୍ଥା ହୋଇନଥିବା ଯୋଗୁଁ ଟିକେଟ ପାଇଁ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଟିକଟ ପାଇଁ ଠିଆ ହୋଇ ଭକ୍ତମାନେ ରହୁଥିବା ଦେଖିବାକୁ ମିଳୁଛି। ମନ୍ଦିରରେ ବଳିପ୍ରଥା ପ୍ରଚଳିତ ରହିଥିବାରୁ ପୂଜା ପରେ ପରିଚାଳନା କମିଟି ନିର୍ଦିଷ୍ଟ ସ୍ଥାନ ନିର୍ମାଣ କରିନଥିବାରୁ ଅଳିଆ ଅବର୍ଜନା ସ୍ଥାନରେ କୁକୁଡ଼ା ଓ ଛେଳିଙ୍କୁ କଟାଯାଉଛି । ଭକ୍ତମାନେ ଏଭଳି ପରିସ୍ଥିତିର ମନଇଛା କାଟୁଥିବା ଯୋଗୁଁ ମନ୍ଦିର ପାର୍ଶ୍ବବର୍ତି ଅଞ୍ଚଳ ଦୁର୍ଗନ୍ଧ ହେଉଥିବା ଭକ୍ତ ବାରମ୍ବାର ଅଭିଯୋଗ କରୁଛନ୍ତି ।
ଏପରିକି ମାନଶିକଧାରୀ ମାନେ ସେଠାରେ ରୋଷେଇ କରି ଖାଈବାକୁ ଉପଯୁକ୍ତ ସ୍ଥାନର ବ୍ୟବସ୍ଥା କରାଯାଇନାହିଁ। ଅବକାରୀ ଏବଂ ପୁଲିସ ବିଭାଗର ନିଷ୍କ୍ରିୟତା ଯୋଗୁଁ ମନ୍ଦିର ନିକଟରେ ଖୁଲମ୍ ଖୁଲା ଦେଶୀ ଓ ବିଦେଶୀ ମଦ ଚୋରାରେ ବିକ୍ରୀ ହେଉଥିବା ଏବଂ ମାତାଲ ହୋଇ ଉତ୍ପାତ ହେଉଥିବା ଭିଡ ଦିନମାନଙ୍କରେ ଦେଖିବାକୁ ମିଳୁଛି । ସାଧାରଣ ଦର୍ଶନ ଓ ସ୍ଵତନ୍ତ୍ର ଦର୍ଶନରେ ଖରା ବର୍ଷାରୁ ରକ୍ଷା ପାଇବା ପାଇଁ ଛାତ କିମ୍ୱା ପାଲର ବ୍ୟବସ୍ଥା କରାଯାଉନାହିଁ ବୋଲି ସାମାଜିକ କର୍ମୀ ଗୋପୀନାଥ ଗୌଡ ଅଭିଯୋଗ କରିଛନ୍ତି । ସବୁଠାରୁ ଗୁରୁତ୍ବପୂର୍ଣ ସମସ୍ୟା ହେଉଛି ଶୌଚାଳୟ । ଅସ୍ଥାୟୀ ଶୌଚାଳୟ ନିର୍ମାଣ କରାଗଲେ କିଛି ମାତ୍ରାରେ ଭକ୍ତଙ୍କ ସମସ୍ୟା ସମାଧିତ ହୋଇପାରିବ ବୋଲି ସାମାଜିକ କର୍ମି ଶ୍ରୀ ଗୌଡ ପ୍ରକାଶ କରିଛନ୍ତି । ମନ୍ଦିର ପାଇଁ ଦାନ ହୁଣ୍ଡିରେ ବାହାରୁଥିବା ଅର୍ଥ ମନ୍ଦିର ଉନ୍ନତି ଦିଗରେ ଖର୍ଚ୍ଚ ହେଉ ନ ଥିବା ଏବଂ ପରିଚାଳନା କମିଟି ଭକ୍ତମାନଙ୍କ ସୁବିଧା କରୁନଥିବା ଅଭିଯୋଗ କରିଛନ୍ତି ଜୈନିକ ଭକ୍ତ ସାଇ ପ୍ରସାଦ ମିଶ୍ର ।