ଘର କରିବାକୁ ନେଇ ଭିନ୍ନକ୍ଷମ ଝିଅ ଓ ମା କୁ ଆକ୍ରମଣ ନେଇ ଥାନାରେ ଅଭିଯୋଗ

ଅନୁଗୋଳ(ଅଜିତ କୁମାର ଭୋଇ): ବଅଁରପାଳ ଥାନା ଅନ୍ତର୍ଗତ ନୂଆହତା ଗ୍ରାମ ପଞ୍ଚାୟତ ରେ ଘର କରିବାକୁ ନେଇ ଭିନ୍ନକ୍ଷମ ଝିଅ ଓ ମା କୁ ପଡୋଶୀ ଆକ୍ରମଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକାରୀଙ୍କ ସୂଚନା ମୁତାବକ ଅର୍ଣ୍ଣପୂର୍ଣ୍ଣ ଗୋଚ୍ଛାୟତ ନିଜର ଘର ତିଆରି କରୁଥିବା ବେଳେ ନେତ୍ରାନନ୍ଦ ଗୋଚ୍ଛାୟତ ଙ୍କ ପୁଅ ବୁନୁ ଗୋଚ୍ଛାୟତ ଓ ସ୍ତ୍ରୀ ଅର୍ଚ୍ଚନା ଗୋଚ୍ଛାୟତ କାହିଁକି ଘର ତିଆରି କରୁଛୁ କହି ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ। ଅର୍ଣ୍ଣପୂର୍ଣ୍ଣ ଏହାର ବିରୋଧ କରିବାରୁ ଏକ ଲୁହା ପାଇପ୍ ରେ ଆକ୍ରମଣ କରିଥିଲେ। ଏହା ଦେଖି ଭିନ୍ନକ୍ଷମ ଝିଅ ସୁନିତା ଆସି ମାକୁ ଉଦ୍ଧାର କରିବାକୁ ଉଦ୍ୟମ କରିବା ସମୟରେ ଆକ୍ରମଣ ର ଶିକାର ହୋଇଥିଲେ। ଯାହାଦ୍ୱାରା ମା ଓ ଝିଅ ଦୁହିଁଙ୍କୁ ଲହୁଲୁହାଣ କରି ଜୀବନରେ ମାରିଦେବା କୁ ଧମକ ଦେଇଥିଲେ। ମା ଓ ଝିଅ ଘଟଣା ସ୍ଥଳରୁ ଖସି ଆସି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଲିଖିତ ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!