ଉପରାଷ୍ଟ୍ରପତି ଜଗଦୀପ ଧନଖଣ୍ଡଙ୍କ ଇସ୍ତଫା ଗ୍ରହଣକଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ(ଶ୍ରୀକ୍ଷେତ୍ର ନ୍ୟୁ୍ଜ଼ ବ୍ୟୁରୋ): ସଂସଦରେ ମୌସୁମୀ ଅଧିବେଶନର ପ୍ରଥମ ଦିନ ଆସିଥିଲା ଏକ ଆଶ୍ଚର୍ଯ୍ୟ କଲା ଭଳି ଖବର। ତାହା ଥିଲା ଜଗଦୀପ ଧନଖଡ଼ଙ୍କ ଇସ୍ତଫା। ସୋମବାର ବିଳମ୍ବିତ ସନ୍ଧ୍ୟାରେ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ ଜଗଦୀପ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ପଠାଇଥିବା ଇସ୍ତଫାପତ୍ରରେ ଜଗଦୀପ ଧନଖଡ଼ ଲେଖିଥିଲେ ଯେ, ଡାକ୍ତରଙ୍କ ପରାମର୍ଶ ଏବଂ ସ୍ବାସ୍ଥ୍ୟର ଯତ୍ନକୁ ଅଗ୍ରାଧିକାର ଦେଇ ସେ ନିଜ ପଦରୁ ଇସ୍ତଫା ଦେଉଛନ୍ତି।

କେହି ଭାବି ନଥିଲେ ଧନଖଡ଼ ଏଭଳି ଏକ ନିଷ୍ପତ୍ତି ନେବେ। କାରଣ ୧୧ଦିନ ପୂର୍ବରୁ ସେ ସ୍ପଷ୍ଟ କରିଥିଲେ ଯେ, ୨୦୨୭ରେ ହିଁ ସେ ଅବସର ନେବେ। ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ଏହା ସ୍ପଷ୍ଟ କରିଥିଲେ। ହେଲେ ୧୧ଦିନ ପରେ ଏଭଳି କ’ଣ ଘଟିଲା, ଯାହା ତାଙ୍କୁ ଏତେ ବଡ଼ ନିଷ୍ପତ୍ତି ନେବାକୁ ବାଧ୍ୟ କଲା, ସେ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ।

ଇତିମଧ୍ୟରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ଇସ୍ତଫା ଗୃହୀତ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଇସ୍ତଫା ପତ୍ର ଗ୍ରହଣ କରିଛନ୍ତି । ଗତକାଲି ରାତିରେ ସ୍ୱାସ୍ଥ୍ଯଗତ କାରଣ ଦର୍ଶାଇ ନିଜ ପଦବୀରୁ ଧନଖଡ଼ ଇସ୍ତଫା ଦେଇଥିଲେ । ସମ୍ବିଧାନର ଧାରା ୬୭ (A) ଅନୁଯାୟୀ ସେ ନିଜର ଇସ୍ତଫା ପତ୍ର ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!