ପୋଲ ସାଜିଛି ପାର୍କିଂ ଏରିଆ

ରାୟଗଡ଼ା (ଗୋପୀନାଥ ଗୌଡ଼): ରାୟଗଡ଼ା ସହରରେ ପାର୍କିଂ ବ୍ୟବସ୍ଥା ର ସୁଧାର ଆସି ପାରୁ ନାହିଁ। ବିଶେଷ କରି ପ୍ରମୁଖ ତୀର୍ଥ ସ୍ଥଳ ମା ମାଝୀ ଘରିଆଣୀ ମନ୍ଦିର କୁ ଆସୁ ଥିବା ପର୍ଯ୍ୟଟକ ଙ୍କ ପାଇଁ ପାର୍କିଂ ବ୍ୟବସ୍ଥା ନାହିଁ। ପ୍ରତ୍ୟେକ ବୁଧବାର ଓ ରବିବାର ମା ଙ୍କ ଦର୍ଶନ କରିବା ପାଇଁ ଛତିଶଗଡ଼, ଆନ୍ଧ୍ର ପ୍ରଦେଶରୁ ଶହ ଶହ ପର୍ଯ୍ୟଟକ ଆସିଥାନ୍ତି। କିନ୍ତୁ, ଚାରି ଚକିଆ ଯାନ ପାର୍କିଂ ନେଇ କୌଣସି ବ୍ୟବସ୍ଥା ନାହିଁ। ରିଙ୍ଗ ରୋଡ ରେ ପାର୍କିଂ ସ୍ଥଳ ହୋଇ ଥିବାରୁ ଅନେକ ସମୟରେ ଟ୍ରାଫିକ ଜନିତ ସମସ୍ୟା ଦେଖା ଦେଇଛି। ସହର କୁ ପ୍ରବେଶ କରିବା ପାଇଁ ଦୁଇଟି ପ୍ରମୁଖ ରାସ୍ତା ରବିବାର ଓ ବୁଧୁବାର ଦିନ ପର୍ଯ୍ୟଟକ ଙ୍କ ଗହଳି ତଥା ଚାରି ଚକିଆ ଯାନ ପାର୍କିଂ ଯୋଗୁ ଟ୍ରାଫିକ ସମସ୍ୟା ଦେଖା ଦେଉଛି।

ପୁଣି ରେଳ ବିଭାଗ ପକ୍ଷରୁ ତୃତୀୟ ଲାଇନ ନିର୍ମାଣ କାର୍ଯ୍ୟ ଯୋଗୁଁ ପାର୍କି ବ୍ୟବସ୍ତା ସମାଧାନ ହୋଇ ପାରୁ ନାହିଁ , ବୋଲି ଜନୈକ ଅଧିକାରୀ କହିଛନ୍ତି। ଏପରି ସ୍ଥଳେ କିଛି ପର୍ଯ୍ୟଟକ ନୂତନ କରି ନିର୍ମାଣ କରାଯାଇ ଥିବା ପୋଲକୁ ପାର୍କିଂ ସ୍ଥଳ ରୂପେ ବ୍ୟବହାର କରୁଛନ୍ତି। ପୋଲ ନିର୍ମାଣ କାର୍ଯ୍ୟ ଶେଷ ହେବା ଠାରୁ ଯାତାୟାତ ରୂପେ ବ୍ୟବହାର ହୋଇ ନ ଥିବା ବେଳେ, ପର୍ଯ୍ୟଟକ ଙ୍କ ପାର୍କିଂ ପାଇଁ ଏହି ପୋଲ ବ୍ୟବହାର କରାଯାଉଛି ବୋଲି ନିର୍ମାଣ କ।ରି ସଂସ୍ଥାର ଜନୈକ କର୍ମଚାରୀ କହିଛନ୍ତି। ବାହାରୁ ଆସୁଥିବା ପର୍ଯ୍ୟଟକ ଙ୍କ ପାଇଁ ପାର୍କିଂ ସ୍ଥଳ ନିର୍ମାଣ କରିବା ପାଇଁ ସର୍ବସାଧାରଣରେ ଦାବୀ ହେଉଛି। ଅନ୍ୟପଟେ ମନ୍ଦିର ପରିଚାଳନା କମିଟି ମନ୍ଦିର କୁ ଆସୁଥିବା ଶ୍ରଦ୍ଧାଳୁ ମାନଙ୍କ ସମସ୍ୟା ଦୂର କରିବାରେ ଅଣଦେଖା କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!